କନ୍ଧମାଳ କୋଟଗଡ ଥାନା କୋଟଗଡ-ମୁନିଗୁଡା ରାସ୍ତା ରଡିଗୁମାରେ ମାଓ ପୋଷ୍ଟର
16/05/2018 at 5:31 AM

କନ୍ଧମାଳ କୋଟଗଡ ଥାନା କୋଟଗଡ-ମୁନିଗୁଡା ରାସ୍ତା ରଡିଗୁମାରେ ମାଓ ପୋଷ୍ଟର । ପୋଷ୍ଟର ଲଗାଇବା ସହ ଗଛ ପକାଇ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ ମାଓବାଦୀ । ଫଳରେ ବିଳମ୍ବିତ ରାତିରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ରାସ୍ତାରୁ ଗଛ ହଟାଇବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା । ମାଓ ପୋଷ୍ଟର ଯୋଗୁଁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି । କନ୍ଧମାଳ ଜିଲ୍ଲାର ସୁଡ୍ରୁକୁମ୍ପା ଓ ବଲାଙ୍ଗୀରରେ 7 ମାଓବାଦୀଙ୍କ ମୃତ୍ୟୁ ପରେ ପୋଷ୍ଟର ମରାଯାଇଥିବା ସନ୍ଦେହ କରାଯାଉଛି ।