କଣ୍ଟାବାଞ୍ଜିରେ ଦୁଇ ନାବାଳିକାକୁ କମେଣ୍ଟ ମାରିବା ସହ ର୍ଦୁବ୍ୟବହାର, ପରିବାର ଲୋକେ ବିରୋଧ କରିବାରୁ ମରଣାନ୍ତ ଆକ୍ରମଣ
4/06/2018 at 11:19 PM

ଦିନ କୁ ଦିନ ଯେତିକି ବଢୁଛି ସରକାରଙ୍କ କନ୍ୟା ଓ ନାବାଳିକା ଙ୍କ ସୁରକ୍ଷା ପାଇଁ ନୂଆଁ ନୂଆଁ ଆଇନ ଓ ଯୋଜନା ସେତିକି ବଢୁଛି ନିର୍ଯ୍ୟାତନା ଓ ଅତ୍ୟାଚାର। ଏଭଳି ପୁଣି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା କଣ୍ଟା ବାଞ୍ଜି ଅଞ୍ଚଳରେ। ଦୁଇ ଜଣ ସ୍କୁଲ ପାଠ ପଢୁଥିବା ନାବାଳିକା ଝିୀଅଙ୍କୁ କମେଣ୍ଟ ମାରିବା ସହ ଦୁବ୍ୟବହାର କରି କରାଯାଇଛି ଗାଳିଗୁଲଜ। ପ୍ରତିଦିନ ସ୍କୁଲ ଜିବା ଆସିବା ଓ ଟ୍ୟୁସନ ଯିବା ଆସିବା ସମୟରେ ଏଭଳି ବ୍ୟବହାର ପ୍ରଦର୍ଶନ କରୁଥିଲା କଣ୍ଟାବାଞ୍ଜିର କିଛି ଯୁବକ। ଏନେଇ ପରିବାର ପକ୍ଷରୁ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ ମଧ୍ୟ କଲେ ଦୁବୃତ୍ତମାନେ । ପରେ ପୋଲିସ ପାଖରେ ଅଭିଯୋଗ କରିବାରୁ କୌଣସି ସୁଫଳ ମିଳିନଥିଲା। ଶେଷରେ ଏସପିଙ୍କ ଦ୍ବାରସ୍ତ ହୋଇଛନ୍ତି ଅତ୍ୟାଚାରର ଶିକାର ହୋଇଥିବା ଦୁଇ ନାବାଳିକା ଝିଅ ଓ ତାଙ୍କ ପରିବାର।