କୋଣାର୍କରେ ହେବ ଜି୨୦ ବୈଠକ; ସୂର୍ଯ୍ୟମନ୍ଦିରରେ ଅନୁଧ୍ୟାନ କଲେ କେନ୍ଦ୍ରୀୟ ପ୍ରତିନିଧିଦଳ
20/12/2022 at 11:23 PM

କୋଣାର୍କ ୨୦/୧୨: ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଜି-୨୦ ବୈଠକ ଆୟୋଜନ ହେବ। ଏନେଇ ଏକ କେନ୍ଦ୍ରୀୟ ପ୍ରତନିଧି ଦଳ ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ଅନୁଧ୍ୟାନ କରିଥିଲେ। କେନ୍ଦ୍ର ସଂସ୍କୃତି ବିଭାଗ ଯୁଗ୍ମ ସମ୍ପାଦକ ଲିଲି ପାଣ୍ଡେଆ, ଏଏସଆଇ ଏଡିଜି ଗୁରୁମିତ ସିଂହ ଚାଓଲା, ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଦିବିସିତା ବ୍ରଜସୁନ୍ଦର ଗଡ଼ନାୟକ ପ୍ରମୁଖ ଉଚ୍ଚ ପଦାଧିକାରୀ ପ୍ରଥମେ ବ୍ୟାଖ୍ୟାନ କେନ୍ଦ୍ର ଓ ପରେ ସୂର୍ଯ୍ୟମନ୍ଦିର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ।
୨୦୨୩ ନଭେମ୍ବର ୩୦ ପର୍ଯ୍ୟନ୍ତ ବିଭିନ୍ନ ଐତିହ୍ୟ ସ୍ଥଳୀରେ ଦୁଇ ଶହରୁ ଅଧିକ ବୈଠକର ଭାରତ ଆୟୋଜନ କରିବ। ବସୁଧୈବ କୁଟୁମ୍ବକମ ଏବଂ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ରହିଛି। କୋଣାର୍କରେ ବୈଠକ ଆୟୋଜନ ପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥା, ସୂର୍ଯ୍ୟମନ୍ଦିର ପରିସର, ଯାତାୟାତ ବ୍ୟବସ୍ଥା, ଆଦି ସମସ୍ତ ଦିଗ ପ୍ରତି କିଭଳି ଧ୍ୟାନ ଦିଆଯିବ ସେନେଇ ପ୍ରତିନିଧି ଦଳ ଅନୁଧ୍ୟାନ କରି ଫେରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ଇଞିନିୟର ଚିତ୍ତରଞ୍ଜନ ଦାଶ, ସଂରକ୍ଷଣ ଅଧିକାରୀ ନୀରଜ ସିଂ, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।