କଟକ ସହର ୪୨ ମୌଜା ଝିଙ୍କିରାଆରୁ ପାଞ୍ଚ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
19/05/2018 at 10:13 PM

କଟକ ସହରରୁ ପୁଣି ଜବତ ହେଲା ପାଞ୍ଚ ଲକ୍ଷ ଟଙ୍କାର ଗଞ୍ଜେଇ। ସଦର ଥାନା ପୋଲିସ ଚଢାଉ କରି ବୟାଳିଶ ମୌଜା ଝିଙ୍କିରିଆର ଏକ ଘରେ ଚଢାଉ କରି ୯୪ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଭାଇଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ନାରାୟଣ ପତି ଓ ଲଲାଟ ପତି। ଉଭୟଙ୍କୁ ଏନଡିପିଏସ ଦଫା ବଳରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଡିସିପି।