କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ସାଇନ-ଏ-ଡାଏ ସମସ୍ୟାର ସମାଧାନ ପାଇଁ ଆଜି ବସିପାରେ ଏକାଡେମିକ କାଉନସିଲ ବୈଠକ
10/05/2018 at 6:26 AM

ବିଶ୍ବବିଦ୍ୟାଳରେ ଶାନ୍ତି ଫେରାଇ ଆଣିବା ସହ ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ ବୈଠକରେ ଆଲୋଚନା ହେବ । ଏପଟେ ସାଇନ-ଏ -ଡାଏ ନିଷ୍ପତ୍ତିକୁ ବିରୋଧ କରି କଲେଜ ସମ୍ମୁଖରେ କିଛି ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଛନ୍ତି । ମଙ୍ଗଳବାର ରାତିରେ କତ୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିବା ପରେ କ୍ୟାମ୍ପସ ଛାଡିଛନ୍ତି ସମସ୍ତ ଛାତ୍ରଛାତ୍ରୀ । ସେପଟେ ଘଟଣାକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ଅଲ ଇଣ୍ଡିଆ ଡିଏସଓ । ଶାନ୍ତି ଫେରାଇ ଆଣିବା ପାଇଁ ସେମାନେ ରାଜ୍ୟପାଳଙ୍କୁ ମଧ୍ୟ ଏକ ସ୍ମାରକ ପତ୍ର ଦେଇଛନ୍ତି । ତେଣୁ କ୍ୟାମ୍ପସରେ ଶୀଘ୍ର ଶାନ୍ତି ଫେରାଇ ଅଣାଯିବ ବୋଲି କହିଛନ୍ତି ରେଭେନ୍ସା କୁଳସଚିବ ।