Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

କଟକ ଗୋପାଳପୁର ଠାରେ ନିର୍ମାଣ ହେବ ରାଜ୍ୟର ସର୍ବବୃହତ ବସଷ୍ଟାଣ୍ତ

13/06/2018 at 1:39 AM

କଟକ ଉପକଣ୍ଠରେ ଥିବା ଗୋପାଳପୁର ଠାରେ ରାଜ୍ୟର ସର୍ବବୃହତ ବସଷ୍ଟାଣ୍ତ ନିର୍ମାଣ ହେବ ବୋଲି, ରାଜ୍ୟବାସିଙ୍କୁ ଏକ ପ୍ରକାର ସୁନେଲି ସ୍ବପ୍ନ ଦେଖେଇଦିଆଯାଇଛି.କିନ୍ତୁ ବାସ୍ତାବିକତାକୁ ଦେଖିଲେ ଲାଗୁଛି , ପଦ୍ମ ଯେମିତି ଘୁଞ୍ଚି ଘୁଞ୍ଚି ଯାଉଛି। କାରଣ ହାଇକୋର୍ଟରେ ଦାଏର ହୋଇଥିବା ଏସମ୍ପର୍କୀତ ଏକ ଜନସ୍ବାର୍ଥ ମାମଲାର ଶୁଣାଣୀ ବେଳେ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିଛି , ତାହା ସ୍ପଷ୍ଟ କରୁଛିଯେ, ଏହି ଅତ୍ୟାଧୁନିକ ବସଷ୍ଟାଣ୍ତର ନିର୍ମାଣ ପାଇଁ ଯେଉଁସବୁ ସରକାରୀ ଓୌପଚାରିକତା ପୂରଣ କରାଯିବା କଥା ,ତାହା ଏଯାଏଁ ହୋଇନାହିଁ.ଏବଂ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇସାରିଛନ୍ତିଯେ, ୩ ମାସ ଭିତରେ ନିର୍ମାଣ କାମ ଆରମ୍ଭ କର.ସେହି ଆଧାରରେ ସୋମବାର ଦିନ ପରିବହନ ମନ୍ତ୍ରୀ ବସଷ୍ଟାଣ୍ତ ଣ୍ଡ୍ର ପାଚେରୀ ନିର୍ମାଣ ଲାଗି ଶିଳାନ୍ୟାସ କରିସାରିଛନ୍ତି.କିନ୍ତୁ ଅଧୀଗ୍ରହଣ ହୋଇଥିବା ୪୨ ଏକର ଜାଗାରୁ ୭ ଏକର ଜବରଦଖଲକାରୀଙ୍କ କବ୍ଜାରେ ରହିଛି, ଏବଂ ଘରୋଇ ବସମାଲିକ ସଂଘ ମଧ୍ୟ ଏହି ମେଗା ପ୍ରୋଜେକ୍ଟ ପାଇଁ ଆଗ୍ରହ ଦେଖାଉନଥିବା ଜଣାପଡିଛି.ତେଣୁ ଏସବୁ ଗୋଳମାଳିଆ ସ୍ଥିତିକୁ ଦେଖିଲେ ଏପ୍ରଶ୍ନ ଉଠିବା ସ୍ବାଭାବିକଯେ, ଗୋପାଳପୁର ଠାରେ ସତରେ କଣ ରାଜ୍ୟର ସର୍ବବୃହତ ବସଷ୍ଟାଣ୍ଡ୍ ମୁଣ୍ଡ ଟେକି ଠିଆହେବ। ନା ଏହା କେବଳ ଏକ ଧୁଆଁବାଣ।

   Related Posts