କଟକ ଅଡଶପୁରରେ କଲେଜ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ
26/09/2018 at 2:41 AM

କଟକ ଅଡଶପୁରରେ କଲେଜ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଦେଉଳି ନାନକାର ଗାଁର ରାଜେଶ ବେହେରା ଗିରଫ । ସ୍ତାନିୟ ଉଦୟନାଥ ମହାବିଦ୍ୟାଳୟର ଯୁକ୍ତ ୩ କଳାଛାତ୍ରୀ ସାଗରିକା ଦାସ କ୍ଲାସ ସାରି ସାଇକେଲ୍ ଯୋଗେ ଘରକୁ ଫେରୁଥିବା ବେଳେ ବିଚ୍ ରାସ୍ତାରେ ତାକୁ ଆକ୍ରମଣର କରିଥିଲା ରାଜେଶ । ଛାତ୍ରୀଙ୍କ ହାତ, ଗୋଡ ଓ ପେଟରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଭୁଜାଲି ମାଡ ପରେ ସ୍ଥାନୀୟ ଲୋକ ଫୁଲନଖରା-ନିଆଳି ରାସ୍ତା ଅବରୋଧ କରିଥିଲେ । ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା ।ପୋଲିସ ଅଭିଯୁକ୍ତଙ୍କ ବାପାଙ୍କୁ ରଖି ତଦନ୍ତ ଜାରି ରଖିଥିଲା । ଆକ୍ରମଣରେ ଅଭିଯୁକ୍ତର ଭୁଜାଲି ଏବଂ ଛାତ୍ରୀଙ୍କ ସାଇକେଲକୁ ଜବତ କରିଛି ପୋଲିସ ।