କଟକର ଓଏମ୍ପି ଛକରୁ ଧରା ପଡିଲା ୧୦୫ କିଲୋ ଓଜନର ଗଞ୍ଜେଇ
5/06/2018 at 11:59 PM

କଟକର ଓଏମ୍ପି ଛକରୁ ଧରା ପଡିଲା ୧୦୫ କିଲୋ ଓଜନର ଗଞ୍ଜେଇ। କୋରାପୁଟରୁ କୋଲ୍କାତାକୁ ଚାଲାଣ ହେଉଥିବା ବେଳେ ମାଡି ବସିଲା ଅବକାରୀ ବିଭାଗର ଫ୍ଲାୟିଂ ସ୍କ୍ବାର୍ଡ୍। ଧରା ପଡିଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଗିରଫ ଅଭିଯୁକ୍ତମାନେ ରୀତିମତ ପୂର୍ବରୁ ଏହି ବେପାର କରିଆସୁଥିବା ସ୍ବୀକାର କରିଛନ୍ତି।