କଟକରେ ଭାଗବତ ଟୁଙ୍ଗି ପରମ୍ପରା
2/05/2018 at 10:51 PM

ସଞ୍ଜ ହେଲେ କଟକରେ ଏଲ୍ଇଡି ବଲବ୍ ଜଳି ଉଠିବା ଭଳି ବିଭିନ୍ନ ସାହିରୁ ଠାକୁରଙ୍କ କଥା ଭାସି ଆସୁଥିବା ଶୁଣିବାକୁ ମିଳୁଛି। ସାହି ବସ୍ତିରେ ଥିବା ଭାଗବତ ଟୁଙ୍ଗିରେ ଏକାଠି ହେଉଛନ୍ତି ସାନଠାରୁ ବୁଢା। କିଏ ଭାଗବତରୁ ପଦେ ଦି ପଦ ଗାଉଛି ତ ଆଉ କିଏ ସେହି ତାଳରେ ଢୋଲ, ଗିନି ଧରି ବଜାଉଛି। ଆଧୁନିକତାର ଚାକଚକ୍ୟରେ ସହରରୁ ହଜି ଯାଇ ନାହିଁ ସମର୍ପଣର ସ୍ବର। ଖରାଦିନିଆ ଗୁଳୁଗୁଳିକୁ ଖାତିର ନକରି ମନ୍ଦିର ପରିସରରେ ଏକାଠି ହୋଇ ସାହି ମୁରବିମାନେ ଭାଗବତ ଚର୍ଚ୍ଚାରେ ସମୟ ବିତାଇ ବେଶ ମାନସିକ ଶାନ୍ତି ପାଉଥିବା କହିଛନ୍ତି।