କଟକରେ ଜାଇକା କାମ ବେଳେ ଅଘଟଣ;ଜଣେ ଶ୍ରମିକ ମାଟି ଭିତରେ ଫସି ରହିଛନ୍ତି
17/05/2018 at 6:22 AM

କଟକରେ ଜାଇକା କାମ ବେଳେ ଅଘଟଣ । ଚହଟା ନିକଟରେ ପାଇପ୍ ଭିତରେ ଫସି ରହିଛନ୍ତି ଶ୍ରମିକ । ପାଇପ୍ କାମ ଚାଲିଥିବା ବେଳେ ମାଟି ଧସି ଯାଇଥିଲା । ଫଳରେ ଜଣେ ଶ୍ରମିକ ମାଟି ଭିତରେ ଫସି ରହିଛନ୍ତି । ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟା ଜାରି ରଖିଛନ୍ତି । ଜେସିବି ମେସିନ୍ ଦ୍ବାରା ଖୋଳା ଯାଉଛି ।