LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଓସ୍କାର ସମାରୋହରେ ଲାଇଭ୍‌ ପରିବେଷଣ ହେବ ‘ନାଟୁ ନାଟୁ’, ଗୀତରେ ଝୁମିବ ପୂରା ଦୁନିଆ

1/03/2023 at 9:29 PM

ନୂଆଦିଲ୍ଲୀ, ୦୧/୦୩: ରାମ ଚରଣ ଏବଂ ଜୁନିୟର ଏନଟିଆରଙ୍କ ଫିଲ୍ମ ‘ଆରଆରଆର’ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି। ଖାଲି ଏହି ଫିଲ୍ମ ଯେ ଲୋକପ୍ରିୟ ହୋଇଛି ତାହା ନୁହେଁ, ଫିଲ୍ମର ଗୀତ ‘ନାଟୁ-ନାଟୁ’ ମଧ୍ୟ ସଫଳତାର ଶୀର୍ଷ ଛୁଇଁଛି। କିଛି ଦିନ ପୂର୍ବେ ଏହି ଗୀତ ଓସ୍କାର-୨୦୨୩ ପାଇଁ ବେଷ୍ଟ ଅରିଜିନାଲ ସଙ୍ଗ୍‌ ପାଇଁ ମନୋନୀତ ହୋଇଛି। ଏବେ ଏହି ଗୀତକୁ ଓସ୍କାର ସମାରୋହରେ ଲାଇଭ ପ୍ରଦର୍ଶନ ହେବ।

ଓସ୍କାର ସମାରୋହରେ ନାଟୁ ନାଟୁ ଗୀତରେ ରାମ ଚରଣ ଏବଂ ଜୁନିୟର ଏନଟିଆର ହିଁ ନୁହେଁ ବରଂ ଦୁଇ ଭାରତୀୟ ଗାୟକ ମଧ୍ୟ ପରିବେଷଣ କରିବେ। ଯାହାଙ୍କର ନାମ ହେଉଛି ଏବଂ କାଲ ଭୈରବ ଏବଂ ରାହୁଲ ସିପ୍ଲିଗୁଞ୍ଜ। ଓସ୍କାରର ଅଧିକାରିକ ଟ୍ବିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି। ରାହୁଲ ଏବଂ କାଲ ହିଁ ନାଟୁ ନାଟୁରେ ଗୀତ ଗାଇଛନ୍ତି। ଉଭୟ ଗାୟକ ଓସ୍କାର ଇଭେଣ୍ଟ ଜରିଆ​ରେ ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଗୀତର ଲିରିକ୍ସ ଚନ୍ଦ୍ରବୋସ ଲେଖିଥବାବେଳେ ଏହାକୁ ଏମଏମ କୀରାବାନୀ କଂମ୍ପୋଜ କରିଛନ୍ତି।

ଜାନୁଆରୀରେ ଆରଆରଆର ଫିଲ୍ମର ନାଟୁ ନାଟୁ ବେଷ୍ଟ ଅରିଜିନାଲ ଗୀତର ଗୋଲ୍ଡେନ ଗ୍ଲୋବ୍‌ ପୁରସ୍କାର ପାଇଥିଲା। ଏହାର କିଛି ଦିନ ପରେ ଆରଆରଆର କ୍ରିଟକ୍ସ ଚଏସ ଆଓ୍ବାର୍ଡର ୨୮ ତମ ସଂସ୍କରଣରେ ଆଉ ଦୁଇଟି ପୁରସ୍କାର ଜିତିଥିଲା। ପ୍ରଥମ ବେଷ୍ଟ ସଙ୍ଗ ପାଇଁ ଏବଂ ଅନ୍ୟଟି ବେଷ୍ଟ ବିଦେଶୀ ଭାଷା ଫିଲ୍ମ ପାଇଁ।

ଏହି ଫିଲ୍ମକୁ ଏସଏସ ରାଜମୌଲୀ ନିର୍ଦେ୍ଦଶନା ଦେଇଛନ୍ତି। ଏହି ଫିଲ୍ମ ଦୁନିଆରେ ଖୁବ୍ ଆୟ କରିଛି। ଫିଲ୍ମରେ ଜୁନିୟର ଏନଟିଆର, ରାମ ଚରଣଙ୍କୁ ମୁଖ୍ୟ ଭୂମିକାରେ ରହିଥିଲେ। ସେହିଭଳି ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

   Related Posts