LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଓସ୍କାର ଚିଟ୍‌ଫଣ୍ଡ କଂପାନୀର ୨ କୋଟି ଟଙ୍କାର ସଂପତ୍ତି ବାଜ୍ୟାପ୍ତି

19/05/2018 at 9:30 PM

ବ୍ରହ୍ମପୁର ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଓସ୍କାର ଚିଟ୍‌ଫଣ୍ଡ କଂପାନୀର ୨ କୋଟି ଟଙ୍କାର ସଂପତ୍ତିକୁ ବାଜ୍ୟାପ୍ତି କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସ୍ବତନ୍ତ୍ର ପି.ପି। ଉକ୍ତ ଚିଟ୍‌ଫଣ୍ଡ କଂପାନୀ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ଅନେକ ଅଞ୍ଚଳରୁ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଲୋକଙ୍କୁ ଟଙ୍କା ଆଉ ଫେରାଇନଥିଲା। ଏ ନେଇ ବିଭିନ୍ନ ଅଞ୍ଚଳର କ୍ଷତିଗ୍ରସ୍ଥ ଜମାକାରୀ ଥାନାରେ ଅଭିଯୋଗ କରିଥିଲେ। କ୍ଷତିଗ୍ରସ୍ଥ ଜମାକାରୀଙ୍କୁ ଟଙ୍କା ପେରାଇବା ପାଇଁ ସରକାର କର୍ପସ୍ ଫଣ୍ଡ୍ ଗଠନ କରିଥିଲେ। ତେବେ ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଆଜି ଏହି କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ୨୫ ଏକରରୁ ଅଧିକ ଜମି ସମେତ ଉକ୍ତ ଚିଟ୍‌ଫଣ୍ଡ କଂପାନୀ ନାଁରେ ବ୍ୟାଙ୍କରେ ଥିବା ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାକୁ ବାଜ୍ୟାପ୍ତି କରି ଲୋକଙ୍କୁ ବଣ୍ଟନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସ୍ବତନ୍ତ୍ର ପି.ପି ବିଜୟ କୁମାର ପ୍ରଧାନ।

Leave a Reply

   Related Posts