AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଓଡିଶାରୁ ଶୀତ ଗାଏବ, ୨ ଦିନ ପରେ ସାମାନ୍ୟ ବଢିପାରେ ତାପମାତ୍ରା

15/12/2022 at 8:38 AM

ଭୁବନେଶ୍ୱର ୧୪ା୧୨ : ଶୀତ ହଜିଯାଇଛି । ଉଭୟ ଦିନ ଓ ରାତି ତାପମାତ୍ରା ଅସ୍ୱାଭାବିକ ଭାବେ ବଢ଼ିଛି । ସାରା ରାଜ୍ୟରେ ଅଚାନକ ଅସ୍ୱାଭାବିକ ଭାବେ ଗରମ ଅନୁଭୂତ ହେଲାଣି । ରାତିରେ ଶୀତ ବସ୍ତ୍ରର ଆବଶ୍ୟକତା ବି କମିଯାଇଛି । ଏଭଳି ସ୍ଥିତି ଆହୁରି କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ । ଯଦିଓ ୨ ଦିନ ପରେ ରାତି ତାପମାତ୍ରା ବର୍ତ୍ତମାନ ତୁଳନାରେ ୨-୪ ଡିଗ୍ରୀ କମିବ, ମାତ୍ର ସେଥିରେ ବିଶେଷ ଶୀତ ଫେରିବା ସମ୍ଭାବନା କମ୍‌ ।

ରାଜ୍ୟରେ ପ୍ରାୟତଃ ଦିନ ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ସେଲସିୟସ୍‌ ରହିଛି । ଏମିତିରେ ବୁଧବାର ମାଲକାନଗିରି ଦିନ ତାପମାତ୍ରା ୩୪ ଡିଗ୍ରୀ ଛୁଇଁଥିବାବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ ୩୩ ଡିଗ୍ରୀ ଛୁଇଁଛି । ରାତି ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ଘଟିଛି । କେବଳ କେନ୍ଦୁଝର ଓ କୋରାପୁଟରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ପାରଦ ୧୬.୫ ଡିଗ୍ରୀ ଥିବାବେଳେ ଫୁଲବାଣୀ ତାପମାତ୍ରା ୧୭ ଛୁଇଁଛି । ଫୁଲବାଣୀରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୭.୭ ଡିଗ୍ରୀ ଅଧିକ ରହିଛି । ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ୬.୬ ଡିଗ୍ରୀ, ସମ୍ବଲପୁରରେ ୫.୭, ଭବାନୀପାଟଣାରେ ୫.୯, କଟକରେ ୪.୯, ଚାନ୍ଦବାଲିରେ ୪.୯, ପୁରୀରେ ୪.୫, ଭୁବନେଶ୍ୱରରେ ୪.୪ ଡିଗ୍ରୀ ଅଧିକ ରହିଛି ରାତ୍ରିକାଳିନ ତାପମାତ୍ରା ।

ଆଞ୍ଚଳିକ ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ବର୍ତ୍ତମାନ ପଶ୍ଚିମା ଝଡ଼ ସକ୍ରିୟ ହେଉନି । ସେଥିପାଇଁ ଉତ୍ତର ଦିଗରୁ ଥଣ୍ଡା ପବନ ଆସୁନାହିଁ । ସେଥିପାଇଁ ଶୀତ କମିଯାଇଛି । ଆସନ୍ତା ୨ ଦିନ ପରେ ରାତି ତାପମାତ୍ରା ସାମାନ୍ୟ କମିବ ।

   Related Posts