ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଓଡିଆ ଡାକ୍ତରଙ୍କ ସଞ୍ଜିବନୀ, ଷ୍ଟେଜ୍‌-୩ କ୍ୟାନସରରୁ ବି ମିଳିବ ଆରୋଗ୍ୟ

28/06/2022 at 1:14 PM

ଭୁବନେଶ୍ୱର ୨୮।୦୬ : ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିଶ୍ୱ ଦରବାରରେ ଓଡ଼ିଆ ପୁଅ ଗର୍ବ ଓ ଗୌରବ ଆଣିଛନ୍ତି । ସ୍ତନ କର୍କଟ ରୋଗ ପାଇଁ ପ୍ରସ୍ତୁତ କରିଛନ୍ତି ମହୌଷଧି । ସେ ହେଉଛନ୍ତି ଓଡ଼ିଆ ବୈଜ୍ଞାନିକ ସନ୍ଦୀପ ମିଶ୍ର । ଏହି ଔଷଧରେ ଷ୍ଟେଜ୍‌-୩ କର୍କଟ ରୋଗୀ ବି ଭଲ ହୋଇପାରିବ ।

ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌)ରେ କାର୍ଯ୍ୟରତ ଡା. ମିଶ୍ର କହିଛନ୍ତି ଯେ, ସ୍ତନ କର୍କଟର ଟ୍ୟୁମର ଦମନକାରୀ ଜିନ୍‌ ଉଦ୍ଭାବନ କରାଯାଇଛି । ଏହା ସ୍ତନ କର୍କଟ ରୋଗର ନିଦାନ ଓ ଚିକିତ୍ସାକ୍ଷେତ୍ରରେ ସଫଳତା ଦେବ । ଏହା ମାନବ ପରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ପାଇଛି ।

ଦୀର୍ଘ ୨୦ ବର୍ଷ ହେଲା ଗବେଷଣା ଚାଲିଥିଲା । ଭାରତ ସରକାରଙ୍କ ବାୟୋଟେକ୍‌ ବିଭାଗ, ବାଇରାକ୍‌ ପକ୍ଷରୁ ଗବେଷଣା ପାଣ୍ଠି ଯୋଗାଇ ଦେଇଛି । ଲ୍ୟାବରେ ମୂଷା ଉପରେ ଏହି ଔଷଧର ପରୀକ୍ଷଣ ସଫଳ ହେବା ପରେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଆସନ୍ତା ୨-୩ ବର୍ଷ ଭିତରେ ବଜାରରେ ଏହି ଔଷଧ କମ୍‌ ମୂଲ୍ୟରେ ଉପଲବ୍ଧ ହେବ । ଏ ସମ୍ପର୍କରେ ନେଚର୍‌ ଗ୍ରୁପ୍‌ ଅଫ୍‌ ଜର୍ଣ୍ଣାଲ ଏବଂ ଅନ୍ୟ ଖ୍ୟାତନାମା ବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଛି ।

   Related Posts