ଓଡ଼ିଶାରେ କଳାବାଘ
21/05/2018 at 11:48 PM

ଓଡ଼ିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର ବା କଳା ବାଘ । ସୁନ୍ଦରଗଡ଼ ଫରେଷ୍ଟ ଡିଭିଜନ୍ ଅନ୍ତର୍ଗତ ହେମଗିରି ଗର୍ଜନପାହାଡ ସଂରକ୍ଷିତ ଜଙ୍ଗଲରେ ଏହି କଳା ବାଘକୁ ଠାବ କରିଛି ବନ ବିଭାଗ । ଏଠାରେ ବନ ବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ଏହି ବିରଳ ବାଘ ବୁଲୁଥିବା ଚିତ୍ର ମିଳିଛି । ତା ସହିତ ଅନ୍ୟଏକ କଲରପତ୍ରିଆ ବାଘ ବି ଥିବା ଦେଖିବାକୁ ମିଳିଛି । କଲରାପତ୍ରିଆ ପ୍ରଜାତିର ଏହି ବାଘର ରଙ୍ଗ ସଂପୂର୍ଣ୍ଣ କଳା । ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ମେଲାନିଷ୍ଟିକ ଟାଇଗର ଅଛନ୍ତି । ତେବେ ସାରା ବିଶ୍ବରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ବ୍ଲାକ୍ ପାନ୍ଥର ଓ ମେଲାନିଷ୍ଟିକ ଟାଇଗର ଦେଖାଯାଇଥିବା ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।
Related Posts
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବିପଦ ସଙ୍କୁଳ ଅବସ୍ଥାରେ ଅନ୍ୟ ଏକ ଘର
30 September 2023
ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ ଗେଟ୍, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
30 September 2023
ସ୍କ୍ରବ ଟାଇଫସ୍ ଆତଙ୍କ ଘଟଣା, ସୁନ୍ଦରଗଡ ଗସ୍ତରେ ୬ ଜଣିଆ ମେଡିକାଲ ଟିମ୍
30 September 2023
ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
30 September 2023