ଏସିବିରେ ଅପରେସନ ପରେ ମହିଳାଙ୍କ ଠାରୁ ବାହାରିଲା ତୀର
7/06/2018 at 11:32 PM

କେନ୍ଦୁଝର ଘସିପୁରା କାଠପାଳ ଗାଁରେ ତୀର ମାଡ଼ରେ ଗୁରୁତର ମହିଳାଙ୍କ ଦେହରୁ ବାହାରିଲା ତୀର। କଟକ ଏସିବି ହୃଦଶଲ୍ୟ ବିଭାଗରେ ଅସ୍ତ୍ରପ୍ରଚାର ପରେ ତୀର ବାହାର କରାଯାଇଛି । ତାଙ୍କ ଆବସ୍ଥା ସ୍ଥିର ରହିଛି । ତାଙ୍କୁ ୭୨ ଘଣ୍ଟା ଅବ୍ର୍ଜବେସନ୍ରେ ରଖାଯାଇଛି । ତୀରଟି ମହିଳାଙ୍କ ଡାହାଣ ପଟ ଫୁସଫୁସ ଓ ହୃତ୍ପିଣ୍ଡରେ ଅଟକି ଯାଇଥିଲା । ଅପରେସନ୍ରେ ତାଙ୍କର ପ୍ରାୟ ସାଢେ ୩ ଘଣ୍ଟା ଲାଗିଥିଲା । ଏଥିରେ ସର୍ଜରୀ ବିଭାଗର ୩ ଜଣ ଡାକ୍ତର ଏବଂ ନିଶ୍ଚେତକ ବିଭାଗର ୩ ଜଣ ଡାକ୍ତର ନିୟୋଜିତ ଥିଲେ ।