ଏବେ କେମିତି ଅଛନ୍ତି ସୋନିଆ ଗାନ୍ଧୀ, ସୂଚନା ଦେଲେ ଡାକ୍ତର
6/01/2023 at 5:48 PM

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଭାଇରାଲ ଶ୍ୱାସକ୍ରିୟ ସମ୍ପର୍କିତ ସଂକ୍ରମଣ ଯୋଗୁ ରାଇବରେଲି ସାଂସଦ ଥିବା ସୋନିଆଙ୍କୁ ଜାନୁଆରୀ ତାରିଖରେ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ରୁଟିନ ଚେକ୍ଅପ୍ ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି କୁହାଯାଇଥିଲା। ପରେ ତାଙ୍କର ଶ୍ୱାସକ୍ରିୟା ସମ୍ପର୍କିତ ସଂକ୍ରମଣ ଥିବା ଜଣାପଡ଼ିଥିଲା।
ତେବେ ଶୁକ୍ରବାର ହସ୍ପିଟାଲ ପରିଚାଳନା ବୋର୍ଡ ମ୍ୟାନେଜମେଣ୍ଟର ଚେୟାରମ୍ୟାନ୍ ଡା. ଅଜୟ ସ୍ୱରୂପ ସୋନିଆଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଦେଇଛନ୍ତି।ଏନେଇ ସେ କହିଛନ୍ତି “ଭାଇରାଲ ଶ୍ୱାସକ୍ରିୟା ସମ୍ପର୍କିତ ସଂକ୍ରମଣ ଯୋଗୁ ସାର ଗଙ୍ଗା ରାମ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ୟୁପିଏ ଚେୟାରପର୍ସନ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।”
ସୂଚନା ଥାଉକି ଜାନୁଆରୀ ୪ ତାରିଖରେ ଶ୍ରୀମତି ଗାନ୍ଧୀ ଚେଷ୍ଟ ମେଡିସନ ବିଭାଗର ଭର୍ତ୍ତି ହୋଇଥିଲେ। ଡା ଅରୁପ ବାସୁ ଓ ତାଙ୍କ ଟିମ୍ ସୋନିଆଙ୍କ ଚିକିତ୍ସାରେ ନିୟୋଜିତ ଥିଲେ।