ଏଣିକି ସ୍ମାର୍ଟ ଫୋନରେ ମିଳିବ ବଜ୍ରପାତ ଜନିତ ପ୍ରାକ୍ ସୂଚନା
23/05/2018 at 10:12 AM

ଏଣିକି ସ୍ମାର୍ଟ ଫୋନରେ ମିଳିବ ବଜ୍ରପାତ ଜନିତ ପ୍ରାକ୍ ସୂଚନା । ମାସେ ଭିତରେ ଏକ ସଫ୍ଟୱେରା ଆପ୍ଲିକେସନ ଡେଭେଲପ୍ ହେବ । ଏନେଇ ଆମେରିକାର ଆର୍ଥ ନେଟୱାର୍କ କମ୍ପାନୀ ସହ ଚୁକ୍ତି କରିବେ ରାଜ୍ୟ ସରକାର । ଏଥିପାଇଁ ଏକ ସ୍ବତନ୍ତ୍ର ଆଫ୍ ପ୍ରସ୍ତୁତ ହେବ । ବଜ୍ରପାତ ହେବାର ୨ ଘଣ୍ଟା ପୂର୍ବରୁ ମୋବାଇଲରେ ସୂଚନା ମିଳିବ । ଏହା ସହ ସାଟେଲାଇଟ୍ ଭିଡିଓ ମଧ୍ୟ ଉପଲବ୍ଧ ହେବ । ବର୍ଷା ପବନ ନେଇ ବର୍ତ୍ତମାନ କ୍ଷୟକ୍ଷତି ରିପୋର୍ଟ ଆସିନଥିବା ବେଳେ ଗତ ଏପ୍ରିଲ ୨୪ରୁ ଗତକାଲି ପର୍ଯ୍ୟନ୍ତ ବଜ୍ରପାତରେ ୬୧ ଜଣଙ୍କର ମୃତ୍ୟୁ ହୋଇଛି ବୋଲି SRCସୂଚନା ଦେଇଛନ୍ତି । ତେବେ ୨୦୧୦ ରୁ ୨୦୧୮ ମଧ୍ୟରେ ୨୯ଶହ ୨୩ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ୨୦୧୭-୧୮ରେ ୪୫୯ ଜଣଙ୍କର ମୃତ୍ୟୁ ହୋଇଛି ।
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023