ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ହୀରାଖଣ୍ଡ-ଜୁନାଗଡ଼ ଏକ୍ସପ୍ରେସ୍
18/05/2018 at 5:57 AM

ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ହୀରାଖଣ୍ଡ-ଜୁନାଗଡ଼ ଏକ୍ସପ୍ରେସ୍ । ଗତକାଲି ରାତି ପ୍ରାୟ ୧୨ଟା ୧୫ ମିନିଟରେ ପ୍ରବଳ ଝଡ଼ବର୍ଷା ଯୋଗୁଁ ଜେମାଦେଇପୁରରୁ କୁନେର ଷ୍ଟେସନ ମଧ୍ୟରେ ଏକ ସ୍ଥାନରେ ରେଳ ଲାଇନ ଉପରେ ଯାଇଥିବା ବିଦ୍ୟୁତ୍ ତାରଟି ଛିଣ୍ଡି ପଡ଼ିଥିଲା ।ଏହି ଲାଇନ ଦେଇ ଯାଉଥିବା ଡିଜେଲ ଇଞ୍ଜିନଯୁକ୍ତ ହୀରାଖଣ୍ଡ ଲିଙ୍କ ଏକ୍ସପ୍ରେସର ବି-୨ ଓ ଏ-୧ ବଗିର ଚକରେ ତାରଟି ଗୁଡ଼ାଇ ହୋଇଯାଇଥିଲା । ତାର ଗୁଡାଇ ହେବା ପରେ ଟ୍ରେନରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଖବର ପାଇ କୁନେର ଷ୍ଟେସନରୁ ରେଳ କର୍ମଚାରୀମାନେ ଆସି ତାରଟି ଉଠାଇ ସଜାଡ଼ିବା ସହ ଲାଇନ୍ ସଫା କରିଥିଲେ । ଏହାପରେ ଟ୍ରେନ୍ ଟି ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଥିଲା । ବର୍ତ୍ତମାନ ଟ୍ରେନଟି ୫ ଘଣ୍ଟା ବିଳମ୍ବରେ ଚାଲୁଛି । ରାୟଗଡ଼ାରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା ଟ୍ରେନ୍ ।