ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା
2/05/2018 at 10:56 PM

ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା। ଉପକୂଳ ଓଡିଶାରେ ରାତି ବେଳକୁ ୨-୩ଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା।କିନ୍ତୁ ଦକ୍ଷିଣ ଓଡିଶା କେତେକ ସ୍ଥାନରେ ବର୍ଷା ହେବ। ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ।ଆସନ୍ତା ୬ ରୁ ୮ ମଧ୍ୟରେ ତାପମାତ୍ରା ବୃଦ୍ଧି ହୋଇ ୪୨ରୁ ୪୩ ଡିଗ୍ରୀ ମଧ୍ୟରେ ରହିବ। ମେ ୯ରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।ଗ୍ୟାଙ୍ଗେୟଟିକ୍ ୱେଷ୍ଟ ବେଙ୍ଗଲରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଯାହାକି ବାୟୁମଣ୍ଡଳର ୧.୫ କିଲୋମିଟର ଉପରି ଭାଗରେ ରହିଛି।ଆଉ ଏକ ଟ୍ରପ ଲାଇନ ଉତ୍ତର ପଶ୍ଚିମ ରାଜସ୍ଥାନ ଦେଇ ମଣିପୁର ପର୍ଯ୍ୟନ୍ତ ଯିବା ସହ ହରିୟାଣା ଗାଙ୍ଗେୟଟିକ୍ ୱେଷ୍ଟ ବେଙ୍ଗଲ ଦେଇ ମଧ୍ୟ ଗତି କରୁଛି ।ଏହାର ପ୍ରଭାବର ଓଡିଶା କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।