scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇମ୍ରାନ ଖାନ୍‌ଙ୍କୁ କାହିଁକି ହତ୍ୟା କରିବାକୁ ଚାହୁଁଥିଲେ ଅଭିଯୁକ୍ତ? ପୁଲିସ ଆଗରେ ବଖାଣିଲା ସତ, ଦେଖନ୍ତୁ ଭିଡିଓ

3/11/2022 at 9:58 PM

ଇସ୍‌ଲାମାବାଦ: ଦୋଷ ସ୍ୱୀକାର କଲା ଇମ୍ରାନ ଖାନ୍‌ଙ୍କ ଉପରେ ଗୁଳିମାଡ କରିଥିବା ଦୁର୍ବୃତ୍ତ। ଇମ୍ରାନ ଖାନ୍ ଲୋକଙ୍କୁ ଭୂଆଁ ବୁଲାଇଥିବାର ମୁଁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲି ବୋଲି କହିଥିଲା ଅପରାଧୀ। ହେଲେ ଏହି ହତ୍ୟା ଘଟଣା ପଛରେ ଆଉ କାହାର ହାତ ଥିଲା କି ନାହିଁ ସେ ନେଇ ଅପରାଧି ପୁଲିସ ଆଗରେ ସୂଚନା ଦେଇଛି।

ବର୍ତ୍ତମାନ ପାକିସ୍ତାନ ସରକାର ବିରୋଧରେ ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ‘ରିୟଲ ଫ୍ରିଡମ’ ରାଲି କରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଅପରାଧି ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ତାଙ୍କ ଉପରେ ଗୁଳି ମାଡ କରିଥିଲା। ଏଥିରେ ଇମ୍ରାନ ଖାନ ଗୁରୁତର ଆହତ ହୋଇଥିଲେ ବି ସେ ବର୍ତ୍ତମାନ ବିପଦମୁକ୍ତ ଥିବା ସୂଚନା ମିଳିଛି। ତେବେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଏବେ ପୁଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛି। ସେ କାହିଁକି ଇମ୍ରାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ତାହା ସ୍ପଷ୍ଟ କରିଛି ଅଭିଯୁକ୍ତ। ଏହି ଭିଡିଓକୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପାକିସ୍ତାନର ବିଦେଶମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ପୂର୍ବତନ ମିଡିଆ ଉପଦେଷ୍ଟା ଉମର କ୍ୟୁରେସୀ।

ଟ୍ୱିଟ୍‌ ଭିଡିଓରେ ପୁଲିସ ଆଗରେ ଅଭିଯୁକ୍ତ ଯୁବକ ବୟାନ ଦେଇ କହିଛି “ ଇମ୍ରାନ ଖାନ ଲୋକଙ୍କୁ ଭୂଆଁ ବୁଲାଉଥିଲେ। ଏହା ମୋ ଦ୍ୱାରା ବରଦାସ୍ତ ହେଉ ନଥିଲା। ଏଥିପାଇଁ ମୁଁ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲି। କେବଳ ଇମ୍ରାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲି ଆଉ କାହାକୁ ନୁହେଁ। ମୁଁ ଏକ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲି।”

ଅପରାଧି ଆହୁରି ମଧ୍ୟ କହିଛି “ସେ ଲାହୋରରୁ ବାହାରିବା ପରେ ମୁଁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲି। ମୋ ସାଙ୍ଗର କେହି ନଥିଲେ। ମୁଁ ମୋ ବାଇକରେ ଆସିଥିଲି। ବାଇକ୍‌ ମାମୁଁଙ୍କ ଦୋକାନରେ ରଖି ଆସିଥିଲି।”

ଖବର ଅନୁସାରେ, ଗୁରୁବାର ଇମ୍ରାନ ଖାନ୍‌ ୱାଜିରବାଦର ରିୟଲ ଫ୍ରିଡମ ନାଁରେ ଏକ ରାଲି କରୁଥିଲେ। ଜାଫରଅଲ୍ଲୀ ଖାନ ଛକ ଠାରେ ପହଞ୍ଚିବା ପରେ ଅଭିଯୁକ୍ତ ତାଙ୍କୁ ଉପରେ ଗୁଳି ଚଳାଇଥିଲେ। ଇମ୍ରାନ ଖାନ୍‌ଙ୍କ ଗୋଡ଼କୁ ୩-୪ ଥର ଗୁଳିମାଡ଼ କରାଯାଇଥିଲା ବୋଲି ତେହେରିକ-ଏ-ଇନ୍‌ସାଫ୍ ଦଳର ନେତା ଇମ୍ରାନ ଇସ୍‌ମାଇଲ୍‌ କହିଛନ୍ତି। ତେବେ ଗୁଳିମାଡ଼ ଘଟଣା ପରେ ଇମ୍ରାନ ଖାନ୍‌ଙ୍କୁ ତୁରନ୍ତ ବୁଲେଟପ୍ରୁଫ୍ ଗାଡ଼ି ଭିତରେ ବସାଯାଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ବିପଦ ମୁକ୍ତ ଥିବା ସୂଚନା ମିଳିଛି।

ଅନ୍ୟପଟେ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ। ଏଥିସହିତ ଘଟଣା ସମ୍ପର୍କରେ ରିପୋର୍ଟ ନେବାକୁ ଇଣ୍ଟରିୟର ମନ୍ତ୍ରୀ ରାଣା ସନଉଲ୍ଲାହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି ବର୍ତ୍ତମାନର ପାକିସ୍ତାନ ସରକାରଙ୍କ ବିରୋଧରେ ଇମ୍ରାନ ଖାନ ଏକ ବିଶାଳ ରାଲିର ଆୟୋଜନା କରିଥିଲେ। ଅକ୍ଟୋବର ୨୯ ତାରିଖରୁ ଇମ୍ରାନ ଖାନ୍‌ଙ୍କ ଦଳ ଲାହୋରରୁ ଏହି ରାଲି ଆରମ୍ଭ କରିଥିଲା। ନଭେମ୍ବର ୪ ତାରିଖ ଦିନ ଏହା ରାଲି ଇସ୍ଲାମବାଦରେ ଶେଷ ହେବ।

   Related Posts