LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆସନ୍ତାକାଲି ସୁପ୍ରିମ୍ କୋର୍ଟରେ ବିଜେପି ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଭାଗ୍ୟର ଫଇସଲା ହେବ

17/05/2018 at 6:35 AM

ବି.ଏସ୍.ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବି କର୍ଣ୍ଣାଟକ ସଂକଟରେ ପୂର୍ଣ୍ମଚ୍ଛେଦ ପଡିନି । ଆସନ୍ତାକାଲି ସୁପ୍ରିମ୍ କୋର୍ଟରେ ବିଜେପି ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଭାଗ୍ୟର ଫଇସଲା ହେବ । କାଲି ସକାଳ ସାଢେ ୧୦ଟା ବେଳେ କର୍ଣ୍ମାଟକ ରାଜ୍ୟପାଳଙ୍କ ନିଷ୍ପତ୍ତି,ୟେଦିଙ୍କୁ ସଂଖ୍ୟାଗରିଷ୍ଠତାର ପାର୍ମାଣ ଲାଗି ୧୫ ଦିନ ମହଲତ ନେଇ ଶୁଣାଣି କରିବେ ସୁପ୍ରିମ୍ କୋର୍ଟ । ଏହାସହ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ କରିଛନ୍ତି ସୁପ୍ରିମ୍ କୋର୍ଟଙ୍କ ତିନିଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ । ବିତଚାରପତି ଏ.କେ. ଶିକ୍ରି, ବିଚାରପତି ଏସ.ଏ.ବୋଡେ ଏବଂ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ରସରକାରଙ୍କୁ ଦେଇଥିବା ନୋଟିସରେ ରାଜ୍ୟପାଳଙ୍କୁ ୟେଦିରପ୍ପା ଦେଇଥିବା ଦୁଇଟି ଯାକ ଦରଖାସ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଏବଂ ୧୫ ଦିନିଆ ମହଲତ ମାମଲାରେ ଏହି ଦୁଇ ଦସ୍ତାବିଜ୍ ନିହାତି ଆବଶ୍ୟକ ବୋଲି କହିଛନ୍ତି କୋର୍ଟ । ଏହା ସହ କର୍ଣ୍ମାଟକ ସରକାର ଏବଂ ୟେଦିରପ୍ପାଙ୍କୁ ମଧ୍ୟ ନୋଟିସ କରିଛନ୍ତି ସୁପ୍ରିମ୍ କୋର୍ଟ ଖଣ୍ଡପୀଯ । ଜେଡିଏସ୍ ଏବଂ କଂଗ୍ରେସର ଆବେଦନ ଭିତ୍ତିରେ ଏହି ନୋଟିସ ଜାରି କରିଛନ୍ତି । କାଲି ସଂଧ୍ୟା ପ୍ରାୟ ୮ଟା ୪୫ ମିନିଟ୍ ସମୟରେ ରାଜ୍ୟପାଳ ବାଜୁଭାଇ ବାଲା ସରକାର ଗଠନ ପାଇଁ ୟେଦିରପ୍ପାଙ୍କୁ ଆମନ୍ତ୍ରଣ କରିଥିଲେ । ଏହା ବିରୋଧରେ ଜେଡିଏସ୍ ଏବଂ କଂଗ୍ରେସ ତୁରନ୍ତ ସୁପ୍ରିମକୋର୍ଟ ଯାଇଥିଲେ । ରାତି ଅଧିଆ ଶୁଣାଣି ଆରମ୍ଭ ହୋଇଥିଲା । ରାତି ୨ଟା ୧୧ ମିନିଟ୍ ରେ ତିନିଜଣିଆ ଖଣ୍ଡପୀଠ ଶୁଣାଣି ଆରମ୍ଭ କରିଥିଲେ । ଭୋର ୫ଟା ୨୮ ମିନିଟ୍ ରେ ଶୁଣାଣି ସରିଥିଲା । ..

Leave a Reply

   Related Posts