Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ଆସନ୍ତାକାଲିଠୁ ପବିତ୍ର ରମଜାନ୍ ମାସ ଆରମ୍ଭ;ରୋଜା ରଖିବେ ମୁସଲମାନ ଭାଇଭାଉଣୀମାନେ

17/05/2018 at 6:45 AM

ଆସନ୍ତାକାଲିଠୁ ରମଜାନ୍ ମାସ ଆରମ୍ଭ । ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ରୋଜା ରଖିବେ ମୁସଲମାନ ଭାଇଭାଉଣୀମାନେ । ତେବେ ଆଜି ତରାବି ପାଳନ କରିବେ ମୁସଲିମ୍ ସଂପ୍ରଦାୟ । ଗତକାଲି ଚନ୍ଦ୍ର ଦେଖାନଯିବାରୁ ଆଜି ମୁସଲମାନ୍ ଭାଇଭଉଣୀମାନେ ତରାବି ପାଳନ କରିବେ । ବୁଧବାର ଓଡିଶାର କୌଣସ୍ ଅଞ୍ଚଳରେ ଚାନ୍ଦ ଦେଖାଯାଇନଥିବାରୁ ଆଜି ଚାନ୍ଦ ଦେଖିଲା ପାରେ କାଲିଠୁ ରମଜାନ ପାଳନ ହେବ ବୋଲି କଟକ ଚାନ୍ଦ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସେପଟେ ପବିତ୍ର ରମଜାନ୍ ମାସ ପାଇଁ ଜମ୍ମୁ କଶ୍ମୀରରେ ଅସ୍ତ୍ରବିରତି ପାଳନ କରାଯିବ । ମାସେ କାଳ ସେନାର କାର୍ଯ୍ୟାନୁଷ୍ଟାନ ସ୍ଥଗିତ ରହିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଜମ୍ମୁ କଶ୍ମୀରରେ କୌଣସି ଆତଙ୍କବାଦ ନିରୋଧ ଅପରେସନ ନକରିବା ପାଇଁ ସେନାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ମଧ୍ୟ ଜାରି କରାଯାଇଛି। ତେବେ ବିପଦପୂର୍ଣ୍ଣ ସ୍ଥିତିରେ ନିରୀହ ଜନତାଙ୍କ ଜୀବନ ବଞ୍ଚାଇବା ପାଇଁ ସେନା, ପ୍ରତି ଆକ୍ରମଣ କରିପାରିବ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ରମଜାନ୍ ଓ ଅମରନାଥ ଯାତ୍ରାକୁ ଆଖି ଆଗରେ ରଖି ଜମ୍ମୁ କଶ୍ମୀରରେ ଅସ୍ତ୍ରବିରତି ପାଇଁ ରାଜ୍ୟରେ ସର୍ବଦଳୀୟ ବୈଠକ ହୋଇଥିଲା । ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ ତି ଚଳିତ ମାସ ଆରମ୍ଭରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଅସ୍ତ୍ର ବିରତି ସ୍ଥଗିତ ପାଇଁ ଅନୁରୋଧ କରିଥିଲେ। ତେବେ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ମୁଫ୍ ତିଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ଜମ୍ମୁ କଶ୍ମୀରରେ ରମଜାନ୍ ମାସ ପାଇଁ ସେନା କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିଛନ୍ତି।

Leave a Reply

   Related Posts