ଆଳୁ ପାଇଁ ଖାଉଟିଙ୍କୁ ହେବାକୁ ପଡୁଛି ହଟହଟା
10/05/2018 at 5:28 PM

ଆଳୁ କିଲୋ ପ୍ରତି ୮ ଟଙ୍କା ଥିବା ବେଳେ ଏବେ ହଠାତ୍ ଏହାର ମୂଲ୍ୟ ୧୮ ଟଙ୍କାକୁ ବୃଦ୍ଧି ପାଇଛି। ଯାହାକି ଖାଉଟିଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି। ଗରୀବଙ୍କ ପାଇଁ ଆଳୁ କିଣିବା କଷ୍ଟକର ହୋଇପଡିଛି। ଆଳୁର କଳାବଜାରୀ ହେଉଥିବା ସନ୍ଦେହ କରାଯାଉଛି। ଏହି କାରଣରୁ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗ ପକ୍ଷରୁ ବ୍ରହ୍ମୁପୁରର ଦେଶିବେହେରା ସାହିସ୍ଥିତ ବିଭିନ୍ନ ଆଳୁ ଗୋଦାମ ଉପରେ ଚଢାଉ କରାଯାଇ ଯାଞ୍ଚ କରିଥିଲେ। ପରଖିଥିଲେ ଆଳୁର ସ୍ଥିତି। କେତେ ଷ୍ଟକ୍ ରହିଛି କେତେ ଟଙ୍କାରେ ଆଳୁ ବିକ୍ରି କରିଛନ୍ତି ଏସବୁର ଯାଞ୍ଚ କରିଥିଲେ ବିଭାଗୀୟ ଅଧିକାରୀ।