ଆରଏସସ୍ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ମୁହଁ ଖୋଲିଲେ ପ୍ରଣବ ମୁଖାର୍ଜୀ
2/06/2018 at 11:13 PM

ଆରଏସସ୍ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ମୁହଁ ଖୋଲିଲେ ପ୍ରଣବ ମୁଖାର୍ଜୀ । କହିଲେ ଯାହା କହିବେ, ନାଗପୁରରେ କହିବେ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ନାଗପୁରରେ ହେବାକୁ ଥିବା ସଂଘ ଶିକ୍ଷା ବର୍ଗର ସମାପନ ସମାରୋହରେ ମୁଖ୍ୟ ଅତିଥି ହେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଯାହାକୁ ନେଇ କଂଗ୍ରେସରେ କିଛି ଲୋକ ପ୍ରଶ୍ନ ଉଠାଇଥିବା ବେଳେ ଖୋଦ୍ ପ୍ରଣବ ମୁଖାର୍ଜୀଙ୍କ ପାଖକୁ ଅନେକ ଲୋକ ଫୋନ୍ ଏବଂ ଚିଠି ପଠାଇ ଏହାର ଜବାବ୍ ମାଗିଥିବା ଜଣାପଡ଼ିଛି । ତେବେ କାହାକୁ କୌଣସି ଜବାବ୍ ଦେଇନଥିବା ବେଳେ ପ୍ରଣବ କହିଛନ୍ତି ସେ ଯାହା କହିବେ ନାଗପୁରରେ କହିବେ । ସେପଟେ ଆରଏସଏସ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀଙ୍କ ଯୋଗଦାନ କଂଗ୍ରେସ ଏବଂ ସେକ୍ୟୁଲାର୍ ଗୋଷ୍ଠୀଙ୍କୁ ରାଜନୀତିରେ କ୍ଷତି ପହଞ୍ଚାଇପାରେ ବୋଲି କିଛି ନେତା ଭାବୁଛନ୍ତି ।