ଆନ୍ଧ୍ରପ୍ରଦେଶ ଏସି ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ
21/05/2018 at 10:27 AM

ଗ୍ବାଲିଅରର ବିରଲାନଗର ନିକଟରେ ଆନ୍ଧ୍ରପ୍ରଦେଶ ଏସି ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଟ୍ରେନର ୪ଟି ବଗିରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ ଯୋଗୁ ଟ୍ରେନର ବାକି ବଗିଗୁଡିକ ମଧ୍ୟ ପ୍ରଭାବିତ ହୋଇଛି। ତେବେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଯୋଗୁ କେହି ମୃତାହତ ହୋଇଥିବା ସୂଚନା ମିଳିନି। । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବସ୍ଥାରେ ବାହାରକୁ ଅଣାଯାଇଛି। ଆଜି ଗ୍ବାଲିଅରର ବିରଲାନଗର ଆନ୍ଧ୍ରପ୍ରଦେଶ ଏସି ସୁପରଫାଷ୍ଟ ଏକ୍ସପ୍ରେସ ଛିଡା ହୋଇଥିବାବେଳେ ଏଥିରେ ଅଚାନକ ନିଆଁ ଲାଗିଥିଲା। ଟ୍ରେନରେ କେମିତି ନିଆଁ ଲାଗିଲା କାରଣ ଏବେ ଅସ୍ପଷ୍ଟ। ଦିଲ୍ଲୀରୁ ବିଶାଖାପଟ୍ଟନମ ଯାଉଥିଲା ଟ୍ରେନ୍।