LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆନ୍ତର୍ଜାତିୟ ଶ୍ରମିକ ଦିବସରେ ଶ୍ରମିକଙ୍କ ହକ୍ ପାଇଁ ବଲାଙ୍ଗିରରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ

1/05/2018 at 4:56 PM

ଆଜି ଆନ୍ତର୍ଜାତିୟ ଶ୍ରମିକ ଦିବସରେ ସାରା ଦେଶରେ ପାଳିତ ହେଉଛି ଶ୍ରମିକ ଦିବସ। ହେଲେ ଶ୍ରମିକ ମାନଙ୍କୁ ଉଚିତ ପାଉଣା ସହ ଜରୁରି ହେଉଥିବା ମୌଳିକ ସୁବିଧା ମିଳିବାରୁ ଆଜି ମଧ୍ୟ ଶ୍ରମିକ ବଞ୍ଚିତ ରହୁଥିବା କରାଯାଇଛି ଅଭିଯୋଗ। ଆଜି ବଲାଙ୍ଗୀର ଜିଲ୍ଲା ଜିନ୍ଦାବାଦ ସଂଙ୍ଗଠନ ପକ୍ଷରୁ ୧୨ ଦଫା ଦାବି ନେଇ କରାଯାଇଛି ଆନ୍ଦୋଳନ ଓ ବିକ୍ଷୋଭ। ମୁଖ୍ୟ ତଃ ଓଡିଶା କୋଠାବାଡି ଅନ୍ୟନ୍ୟ ଶ୍ରମିକ ଆଇନ ଅନୁସାରେ ରେଜିଷ୍ଟ୍ରେସନ ,ରିନୁଆଲ ସହାୟତା ପ୍ରଦାନ କରାଯିବା, କାର୍ଯ୍ୟସ୍ଥଳରେ ଶ୍ରମିକ ମାନଙ୍କ ଉପରେ ଶାରିରିକ ଓ ମାନସିକ ନିର୍ଯ୍ୟାତନା ବନ୍ଦ କରାଯିବା, ପ୍ରତ୍ୟେକ ଶ୍ରମିକ ପରିବାର ପାଇଁ ମାଲିକ ପକ୍ଷରୁ ୫ ଲକ୍ଷ ଟଙ୍କା ଇନ୍ସୁରାନ୍ସ କରାଯାଉ ଓ ଇନ୍ସୁରାନ୍ସ କାର୍ଡ ଶ୍ରମିକ ମାନଙ୍କୁ ପ୍ରଦାନ କରାଯିବା , ଲେବର ଏକ୍ସଚେଞ୍ଜ ମଡେଲ ରେ ସରଦାରର ମଧ୍ୟସ୍ତତା କୁ ହଟାଯାଇ ମାଲିକ ଓ ଶ୍ରମିକଙ୍କୁ ସିଧାସଳଖ ସମ୍ପର୍କ ରଖାଯିବା ଭଳି ୧୨ ଦଫା ଦାବି ନେଇ ଏକ ବିରାଟ ଣାଲିରେ ଶ୍ରମିକ ମାନେ କୋଶଳ କଳାମଣ୍ଡଳ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିବା ସହ ସେଠାରେ କରିଥିଲେ ବିକ୍ଷୋଭ। ତେବେ ଦାବି ପୁରଣ ନହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରିରଖିବେ ବୋଲି ଚେତାବନି ଦେଇଛି ସଂଘ। ସେପଟେ ଆଜି ଶ୍ରମିକ ଦିବସ ଅବସରରେ ଶ୍ରମିକ କର୍ମଚାରୀ ମହାସଂଘ ପକ୍ଷରୁ ମଧ୍ୟ କରାଯାଇଛି ଶ୍ରମିକ ଦିବସ ପାଳନ। ସ୍ଥାନିୟ ଶ୍ରମିକ ମଙ୍ଗଳ ଭବନ ଠାରୁ ଏକ ରାଲିରେ ବାହାରି ସହର ପରିକ୍ରମା କରି କରିଥିଲେ ଶ୍ରମିକ ମାନଙ୍କୁ ସଚେତନ ତଥା ଶ୍ରମିକ ମାନଙ୍କ ହକ ତାଙ୍କୁ ଦିଆଯିବା ପାଇଁ କରିଥିଲେ ଦାବି।

Leave a Reply

   Related Posts