ଆଜି ରେଭେନ୍ସାରୁ ଉଠିବ ସାଇନ୍ -ଏ-ଡାଏ
12/05/2018 at 6:37 AM

ଆଜି ରେଭେନ୍ସାରୁ ଉଠିବ ସାଇନ୍ -ଏ-ଡାଏ । ସନ୍ଧ୍ୟା ୫ଟାରେ ରେଭେନ୍ସା କ୍ୟାମ୍ପସରୁ ଏହାକୁ ହଟାଇ ଦିଆଯିବ । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଆଇଡି କାର୍ଡ ଦେଖାଇ ହଷ୍ଟେଲ ଓ କ୍ୟମ୍ପସ ଭିରତକୁ ପ୍ରବେଶ କରିପାରିବେ । ସାଇନ୍-ଏ-ଡାଏ ହଟାଇବାକୁ ରେସିଡେଣ୍ଟସ୍ କମିଟି ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ମେ ୨୮ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ଖାଲି କରିବାକୁ ଦିଆଯାଇଥିବା ନୋଟିସ୍ କାଏମ୍ ରହିବ । ମେ ୧୭ରୁ ୨୦ ପର୍ଯ୍ୟନ୍ତ ସମସ୍ତ ସେମିଷ୍ଟାର ପରୀକ୍ଷା ହୋଇ ମେ ୨୭ ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବ । ମେ ୨୮ରୁ ଜୁଲାଇ ୨ ପର୍ଯ୍ୟନ୍ତ ରେଭେନ୍ସାରେ ଛୁଟି ହୋଇଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି….