ଆଜି ରାଜଭବନରେ କୁଳପତି ସମ୍ମିଳନୀ ହେବ
22/05/2018 at 5:20 AM

ଆଜି ରାଜଭବନରେ ହେବ କୁଳପତି ସମ୍ମିଳନୀ । ୧୧ ଟାରେ କୁଳାଧିପତି ତଥା ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସମ୍ମିଳନୀରେ ୧୭ ବିଶ୍ବ୍ ବିଦ୍ୟାଳୟର କୁଳପତି ଯୋଗ ଦେବେ । ବୈଠକରେ ଉଚ୍ଚ ଶିକ୍ଷା, ଅର୍ଥ, କୃଷି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସଂସ୍କୃତି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ୬ ବିଭାଗର ମନ୍ତ୍ରୀ ଓ ସଚିବ ଯୋଗ ଦେବେ । ବିଶ୍ବ ବିଦ୍ୟାଳୟ ପାଠ୍ୟକ୍ରମରେ ସଂସ୍କାର, ନିର୍ଦ୍ଧାରିତ ସମୟରେ ପରୀକ୍ଷା, ଫଳ ପ୍ରକାଶ, ସାର୍ଟିଫିକେଟ୍ ପ୍ରଦାନ ପରି ବିଷୟକୁ ନେଇ ବୈଠକରେ ଆଲୋଚନା ହେବ । ବିଶ୍ବ ବିଦ୍ୟାଳୟ ଗୁଡିକରେ ଖାଲିଥିବା ପଦବୀ ପୂରଣ, କ୍ୟାମ୍ପସ ଶୃଖଂଳା, ରମାଦେବୀର ଦ୍ବିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ, ଉତ୍କଳ ବିଶ୍ବ ବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ଓ ୪୦ ଏକର ଜମି ଗାଏବ ଘଟଣା, ରେଭେନ୍ସ ବିଶ୍ବ ବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସର ଅଗ୍ରଗତି ନେଇ ସମ୍ମିଳନୀରେ ଆଲୋଚନା ହେବ । ଏହାବ୍ୟତୀତ ସମସ୍ତ ବିଶ୍ବ ବିଦ୍ୟାଳୟରେ କ୍ରୀଡା କମ୍ପେକ୍ସ ନିର୍ମାଣ, ଗବେଷଣାକୁ ପ୍ରାଧାନ୍ୟ, କ୍ୟାମ୍ପସରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ପ୍ଲେସମେଣ୍ଟ ସେଲ୍ ର କାର୍ଯ୍ୟାକାରିତା, ବିଭିନ୍ନ ଅନୁଦାନର ସୁବିନିଯୋଗ ଉପରେ ବୈଠକରେ ଆଲୋଚନା ହେବ । ଆବଶ୍ୟକ ତଥା ଓ ସୂଚନା ସହ ବୈଠକକୁ ଆସିବାକୁ କୁଳପତି ଏବଂ ଅଧିକାରୀମାନଙ୍କୁ ରାଜଭବନ ପକ୍ଷରୁ କୁହାଯାଇଛି ।