ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ୟୁପିଏ ଚେୟାର ପର୍ସନ ସୋନିଆ ଗାନ୍ଧିଙ୍କୁ ଭେଟିବେ କୁମାରସ୍ୱାମୀ
21/05/2018 at 5:56 AM

ସରିନି କର୍ଣ୍ଣାଟକ ନାଟକ । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ୟୁପିଏ ଚେୟାର ପର୍ସନ ସୋନିଆ ଗାନ୍ଧିଙ୍କୁ ଭେଟିବେ କୁମାରସ୍ୱାମୀ। ବୁଧବାର ଶପଥ ଗ୍ରହଣ ପୂର୍ବରୁ ଆଜିର ଏହି ବୈଠକକୁ ଅଧିକ ଗୁରୁତ୍ବ ଦିଆଯାଉଛି। କର୍ଣ୍ଣାଟକରେ କଂଗ୍ରେସ –ଜେଡିଏସ ମେଣ୍ଟ ପରବର୍ତ୍ତୀ ସରକାର ଗଢିବେ। ତେଣୁ ମନ୍ତ୍ରୀ ପଦ ନେଇ ଅଙ୍କ କଷା ଚାଲିଛି। ଆଜି ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ। ଏବେ ଯାହା ସୂଚନା ମିଳିଛି ମୁଖ୍ୟମନ୍ତ୍ରୀ ହେବେ କୁମାରସ୍ବାମୀ। ଏବଂ ଏଥର ପାଳିରେ ଚାଲିବନି ସରକାର। ଉପମୁଖ୍ୟମନ୍ତ୍ରୀ ହେବେ ଡି ଶିବକୁମାର। ମନ୍ତ୍ରୀମଣ୍ଡଳରେ କଂଗ୍ରେସର ୨୦ ଜଣ ଏବଂ ଜେଡିଏସର ୧୩ ଜଣ ମନ୍ତ୍ରୀ ରହିବେ। ବୁଧବାର କୁମାରସ୍ବାମୀ କେବଳ ଶପଥ ନେବେ। ବିଧାନସଭାରେ ବହୁମତ ସ୍ବାବ୍ୟସ୍ତ କରିସାରିବାପରେ ବାକି ମନ୍ତ୍ରୀ ନେବେ ଶପଥ।