AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ : କରୋନା ପାଇଁ କାମ ବନ୍ଦ, ଘାରିଛି ପେଟ ପାଟଣା ଚିନ୍ତା

1/05/2020 at 9:01 AM

ଭୁବନେଶ୍ୱର ୦୧।୦୫: କରୋନା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି । ତେବେ ଏହି କରୋନା କଟକଣାରେ ସବୁଠୁ ଅଧିକ କ୍ଷତି ସହିଛନ୍ତି ଶ୍ରମିକ ଶ୍ରେଣୀୟ ଲୋକେ । ନୂଆପଲ୍ଲୀ ନାବାର୍ଡ ସାମ୍ନା ଶ୍ରମିକ ହାଟ ହେଉ ଅବା ଡେଲ୍‌ଟା ଛକ ଓ ନିଳାଦ୍ରୀ ବିହାର ଅଟୋ ଷ୍ଟାଣ୍ଡ । ଏସବୁ ଜାଗା ଏବେ ଖାଁ ଖାଁ । ଯେଉଁଠି ରାତି ପାହିଲେ ଶହ ଶହ ଶ୍ରମିକଙ୍କ ଭିଡ଼ ଜମୁଥିଲା । ସେଠି ଜଣେ ବି କାହାରି ଦେଖାନାହିଁ । ଲକ୍‌ଡାଉନ୍‌ ଏମାନଙ୍କ ରୋଜଗାର ପନ୍ଥାରେ ମାସେ ହେଲା ବ୍ରେକ୍‌ ଲଗାଇଛି । କରୋନାର ବଜ୍ର ପାହାର ସିଧା ଏମାନଙ୍କ ଭାତହାଣ୍ଡିରେ ପଡି଼ଛି । ସଂସାର ଚଳାଇବା ତ ଦୂର, ପିଲାଛୁଆଙ୍କୁ କେମିତି ଖାଇବାକୁ ଗଣ୍ଡେ ଦେବେ ସେ ଚିନ୍ତାରେ ଦିନ କଟିଯାଉଛି । ବିଶ୍ୱ ଶ୍ରମିକ ଦିବସ ପାଳନ ହେବାକୁ ଥିବା ବେଳେ ଶ୍ରମିକମାନେ ହାତ ବାନ୍ଧି ବସିଛନ୍ତି ।

ରାଜଧାନୀରେ ରହୁଥିବା ହଜାର ହଜାର ଶ୍ରମିକଙ୍କ ହାଲତ ଏବେ ଖରାପ । ସାମାଜିକ ଦୂରତ୍ୱ ରକ୍ଷା ସହିତ କରୋନା ସଂକ୍ରମଣ ଭୟରେ ଏମାନେ କାମକୁ ଯାଉନାହାନ୍ତି । ପ୍ରତିବର୍ଷ ଶ୍ରମିକ ଦିବସ ପାଳୁଥିବା ଶ୍ରମିକ ସଂଗଠନଗୁଡିକ ବି ନାଚାର । ସାଲିଆ ସାହିରେ ରହୁଥିବା ଶଙ୍କର ବସ୍ତିଆଙ୍କ କହିବା ମୁତାବକ, ରାଜଧାନୀରେ ବସ୍ତିରେ ରହିଲେ ବି ଘରଭଡ଼ା ମାସକୁ ୨ ହଜାର ଟଙ୍କା । ତା ସାଙ୍ଗକୁ ଘର ଚଳାଇବାକୁ ଦିନକୁ ୫ ଶହ ଟଙ୍କା ବି ନିଅଣ୍ଟ ହୁଏ ।

ସେଥିରେ ପୁଣି ପିଲାଛୁଆଙ୍କ ପାଠପଢ଼ା ଖର୍ଚ୍ଚ ଅଛି । ହେଲେ ଏବେ ମାସେ ହେଲା ଟଙ୍କାଟିଏ ବି ରୋଜଗାର ନାହିଁ । ଅଣ୍ଟିରେ ବି ଶହେ ଟଙ୍କା ନାହିଁ । ଏପଟେ ପେଟ ପୋଡ଼ି ଯାଉଛି । ହେଲେ ପିଲାଛୁଆଙ୍କୁ ଖାଇବାକୁ ଗଣ୍ଡେ ଦେଇପାରୁନୁ । ୟାଠୁ ଅଧିକ ଭୟ ସାଜିଛି କରୋନା ସଂକ୍ରମଣ । ଆମେ ରହୁଥିବା ସ୍ଥାନର ହାଲତ ନ କହିବା ଭଲ । ଜୀବନ ବଞ୍ଚାଇବାକୁ ଏଠି ରୀତିମତ ସଂଘର୍ଷ ଚାଲିଛି । ସେପଟେ ଅଙ୍ଗନବାଡି କର୍ମୀ ଠିକଣା ଭାବେ ସର୍ଭେ କରୁନାହାନ୍ତି ।

   Related Posts