ଆଜିଠୁ ବଲାଙ୍ଗିରରେ ମଠଖାଇ ମହୋତ୍ସବ, ୫ ଦିନ ଧରି ୩ ରାଜ୍ୟର ନାଟକ ହେବ ମଞ୍ଚସ୍ତ
8/01/2023 at 4:54 PM

ବଲାଙ୍ଗିର: ଆଜିଠୁ ନାଟକ ମହାକୁମ୍ଭ। ବଲାଙ୍ଗୀର କୋଶଳ କଳାମଣ୍ଡପରେ ୫ ଦିନ ଧରି ଚାଲିବ ବହୁଭାଷୀ ନାଟକ ମହୋତ୍ସବ ମଠଖାଇ ମହୋତ୍ସବ । ଏନେଇ ହୋଇଛି ପ୍ରଥମ କାର୍ଯ୍ୟକ୍ରମ ଥିଏଟରମାର୍ଚ୍ଚ । ସ୍ଥାନୀୟ ମଠଖାଇ ପାହାଡ଼ ନିକଟରେ ଥିବା ମଠଖାଇ ମନ୍ଦିରରୁ ନାଟ୍ୟଜ୍ୟୋତି ଆସିବା ପରେ ମଞ୍ଚସ୍ତ କରି ପୂଜା କରିଥିଲେ। ପରେ ଥିଏଟର ମାର୍ଚ୍ଚ ହୋଇଥିଲା।

ଘଣ୍ଟ ବାଜା, ଘୁମୁରା ବାଜା, ମାନ୍ଦଳ ବାଜା , ସହ ବିଭିନ୍ନ ବାଜାରେ କୋଶଳ କଳା ମଣ୍ଡପରୁ ବାହାରିଥିଲା ଶୋଭାଯାତ୍ରା। ସହରପରିକ୍ରମା କରି ବିଭିନ୍ନ ମନ୍ଦିରରେ ପହଞ୍ଚିଥିଲା। ପରେ ପୁଣି କୋଶଳ କଳାମଣ୍ଡପକୁ ଆସିଥିଲା। ଆଜି ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ସହ ମଞ୍ଚସ୍ତ ହେବ ୨୦୨୩ ନାଟ୍ୟ ମହୋତ୍ସବର ପ୍ରଥମ ନାଟକ । ଝାଡଖଣ୍ଡ ରାଞ୍ଚିର ନାଟକ କୋର୍ଟ ପାର୍ଶଲ ।

ତେବେ ଦୀର୍ଘ ଦୁଇ ବର୍ଷ ପରେ ନାଟ୍ୟ ମହୋତ୍ସବକୁ ଲୋକ ବେଶ ଉପଭୋଗ କରିବା ସହ ସମାଜରେ ଭଲ ବାର୍ତ୍ତାନେଇ ଆସୁଥିବା ନାଟକରୁ ଶିଖିପାରିବେ ବୋଲି କହିଛନ୍ତି ମଠଖାଇ ମହୋତ୍ସବ ଅଧକ୍ଷ ନରସିଂହ ମିଶ୍ର।