ଆଜିଠୁ କମିପାରେ ତାତି;ରାଜ୍ୟର ୧୪ଟି ଜ଼ିଲ୍ଲାରେ ଝଡ ତୋଫାନ ଆଶଙ୍କା
10/05/2018 at 5:27 AM

ଆଜିଠୁ କମିପାରେ ତାତି । ଉପକୂଳ ଓଡ଼ିଶା ସାଙ୍ଗକୁ ଆଜି ରାଜ୍ୟର ୧୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ପ୍ରଭାବରେ କ୍ରମଶଃ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ । ଆସନ୍ତା ୧୪ ତାରିଖରୁ ତାପମାତ୍ରା ଆହୁରୀ କମିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ତଳକୁ ଖସି ଆସିବ ବୋଲି ଜଣାପଡିଛି । ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ଗତକାଲି ବଲାଙ୍ଗୀରରେ ସର୍ବାଧିକ ୪୪.୫ ଡିଗ୍ରୀ ତାପମାତ୍ରା ରହିଥିଲା । ପାଣିପାଗ ବିଭାଗର ସୂଚନା ଅନୁସାରେ ପୂର୍ବ ବିହାରରୁ ଆଭ୍ୟନ୍ତରୀଣ ଓଡ଼ିଶ ଦେଇ ଟ୍ରଫଲାଇନ ରହିଛି । ଯାହାର ପ୍ରଭାବରେ କାଳବୈଶାଖି ହେବା ସମ୍ଭାବନା ରହିଛି ।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023