ଆଜିଠାରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ କରୁଛି ବିଜେପି
17/05/2018 at 5:18 AM

ବିଜେଡିକୁ କାଉଣ୍ଟର ପାଇଁ ଆଜିଠାରୁ ବିଜେପି ଆରମ୍ଭ କରୁଛି, ମହିଳା ସୁରକ୍ଷା ଯାତ୍ରା । ସୁନ୍ଦରଗଡ,ବରଗଡ ଓ ସମ୍ବଲପୁରରେ ବିଜେପିର ଏହି ମହିଳା ସୁରକ୍ଷା ଶୋଭାଯାତ୍ରା ଅନୁଷ୍ଠିତ ହେବ । ପ୍ରତି ଦିନ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରା,ପଥପ୍ରାନ୍ତ ସଭା,ଘରକୁ ଘର ବୁଲି ଲୋକଙ୍କୁ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ କାର୍ଯ୍ୟକଳାପ ସଂପର୍କରେ, ବିଜେପି ମହିଳାମୋର୍ଚ୍ଚାର କର୍ମୀମାନେ ବୁଝାଇବେ। ସମ୍ବଲପୁରର ମାଆ ସମଲେଶ୍ବରୀଙ୍କ ପୀଠରୁ ଏହି ଯାତ୍ରା ଆରମ୍ଭ ହୋଇ ୨୯ତାରିଖରେ ସୁନ୍ଦରଗଡର ବଣେଇ ଠାରେ ଶେଷ ହେବ। ସମ୍ବଲପୁରରେ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ବରଗଡ଼,ସୁନ୍ଦରଗଡ ଲୋକସଭା ନିର୍ବାଚନ ମଣ୍ଟଳୀ ସହ ସମସ୍ତ ବିଧାନସଭା କ୍ଷେତ୍ର୍ରେ ରେ ପଥପ୍ରାନ୍ତ ସଭା,ପଦଯାତ୍ରା ସହ ସାଧାରଣ ସଭା ବି ଆୟୋଜନ କରିଛନ୍ତି ବିଜେପି ନେତା ଓ କର୍ମୀ ।ମା ସମଲେଶ୍ବରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ନାରୀସେବା ସଦନ ପଡିଆରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି ।