ଆଜିଠାରୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଟ୍ବେଣ୍ଟି-ଟ୍ବେଣ୍ଟି : ବିରାଟ ଓ ଧୋନୀ ନାହାନ୍ତି ଦଳରେ
4/11/2018 at 4:36 PM

କୋଲକାତା ୪/୧୧: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି ୩ଟିକିଆ ଟ୍ବେଣ୍ଟି-ଟ୍ବେଣ୍ଟି ସିରିଜ। ସିରିଜର ପ୍ରଥମ ମ୍ୟାଚ୍ ଆଜି କୋଲକାତାର ଇଡେନ ଗାର୍ଡ଼େନରେ ଖେଳାଯିବ। ସୂଚନାଯୋଗ୍ୟ ଯେ,ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଭାରତ ସହ ୨-୦ରେ ଟେଷ୍ଟ ସିରିଜ ହାରିଥିବାବେଳେ ୩-୧ରେ ଏକଦିବସୀୟ ସିରିଜ୍ ମଧ୍ୟ ହାରିଛି।
ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟ୍ବେଣ୍ଟି-ଟ୍ବେଣ୍ଟି ଶୃଙ୍ଖଳାରେ ଅଧିନାୟକ ବିରାଟ କୋହଲୀ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳୁନାହାନ୍ତି। ରୋହିତ ଶର୍ମା ଏହି ଶୃଙ୍ଖଳାରେ ଅଧିନାୟକ ଭୂମିକା ନିର୍ବାହ କରିବେ। ସୂଚନାଯୋଗ୍ୟ ଯେ,ଅଧିନାୟକ ହିସାବରେ ରୋହିତଙ୍କ ରେକର୍ଡ଼ ଭଲ ରହିଛି।
ନଭେମ୍ବର ୧ତାରିଖରେ ଏକଦିବସୀୟ ଶୃଙ୍ଖଳା ସରିବାପରେ ଭାରତୀୟ ଦଳ କୋଲକାତାରେ ପହଞ୍ଚି ନେଟ୍ ପ୍ରାକ୍ଟିସ୍ କରିଛି। ଦଳ ଭିତରେ ସ୍ଫୂର୍ତ୍ତି ରହିଥିବା ଲକ୍ଷ୍ୟ କରାଯାଇଛି।
ଭାରତୀୟ ଟ୍ବେଣ୍ଟି-ଟ୍ବେଣ୍ଟି ଟିମରେ ରହିଛନ୍ତି-ରୋହିତ ଶର୍ମା (ଅଧିନାୟକ),ଶିଖର ଧାଓ୍ବନ,ଲୋକେଶ ରାହୁଲ,ମନୀଷ ପାଣ୍ଡେ,ଦୀନେଶ କାର୍ତ୍ତିକ,ଋଷଭ ପନ୍ଥ(ଉଇକେଟ ରକ୍ଷକ),କୁଲଦୀପ ଯାଦବ,ୟୁଜବେନ୍ଦ୍ର ଚହଲ,କୁଣାଲ ପାଣ୍ଡ୍ୟା,ଭୁବନେଶ୍ବର କୁମାର,ଯସପ୍ରିତ ବୁମରାହ ଏବଂ ଖଲିଲ ଅହମଦ।