ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବନ୍ଦ
22/05/2018 at 5:11 AM

ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବନ୍ଦ । ଅଘୋଷିତ ବିଦ୍ୟୁତ କାଟ, ଏୟାରଟେଲ ସେବାରେ ବିଭ୍ରାଟ ସମେତ ୧୧ ଦଫା ଦାବିରେ ବନ୍ଦ ପାଳନ କରାଯାଇଛି । ବନ୍ଦ ଯୋଗୁ ଦୋକାନ ବଜାର, ଗାଡି ଚଳାଚଳ ଠପ୍ ହୋଇଯାଇଛି । ଗାଡି ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ରାସ୍ତାରୋକ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛି ଯୁବକ ସଂଘ ।