ଅସୁରକ୍ଷିତ ଶ୍ରୀମନ୍ଦିର, ଶ୍ରୀଜିଉଙ୍କୁ ଦର୍ଶନ ବେଳେ ସିମେଣ୍ଟ ଛେଲା ଖସି ଜଣେ ମହିଳା ଗୁରୁତର
18/05/2018 at 9:17 PM

ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ ବେଳେ ଭକ୍ତଙ୍କ ଉପରେ ପଡ଼ିଲା ସିମେଣ୍ଟ ଛେଲା। ଜଗମୋହନ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବାବେଳେ ଜଣେ ମହିଳା ଭକ୍ତଙ୍କ ମୁଣ୍ଡରେ ସିମେଣ୍ଟ ଛେଲା ଖସି ପଡ଼ିଥିଲା । ଗୁରୁତର ମହିଳା ଜଣକ ହେଲେ ବାଙ୍କି ଡମପଡ଼ାର ବାସନ୍ତୀ ରାଉତ । ତାଙ୍କୁ ଗୁରୁତର ଆବସ୍ଥାରେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ପରିବାରଙ୍କ ସହ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଥିଲେ ।