ଅପ୍ଟାଉନ୍ ଫଙ୍କ୍ ଗୀତରେ ଝୁମିଲେ ବାପ-ଝିଅ, ଭାଇରାଲ୍ ହେଲା ଭିଡିଓ
29/11/2022 at 5:17 PM

ନୂଆଦିଲ୍ଲୀ, ୨୯/୧୧: କୁହାଯାଏ ଝିଅ ବାପର ଏବଂ ପୁଅ ମାଆର । ଅର୍ଥାତ ଝିଅଟିଏ ଅଧିକ ବାପାକୁ ଭଲପାଇଥାଏ ତ ପୁଅଟିଏ ମାଆକୁ । ବେଳେବେଳେ ଏପରି କିଛି ବାପ-ଝିଅ, ମାଆ-ପୁଅଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବାର ଦେଖିବାକୁ ମିଳେ । ଯେଉଁଥିରେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କର ନିବିଡ଼ତା ଦେଖିବାକୁ ମିଳେ । ଯାହାକି ଦର୍ଶକଙ୍କୁ ଆକୃଷ୍ଟ କରେ । ସେହିଭଳି ଏତ ଭିଡିଓ ଏବେ ଭାଇରାଲ୍ ହୋଇଛି । ଭିଡିଓଟିରେ ଜଣେ ପରିଣତ ବୟସର ବାପା ସହ ଯୁବତୀ ଝିଅ ଡ୍ୟାନ୍ସ କରୁଥିବା ନଜର ଆସାଛନ୍ତି ।
କୌଣସି ଏକ ପାର୍ଟି ଚାଲିଥିବା ବେଳେ ବ୍ରୁନୋ ମାର୍ସ ଏବଂ ମାର୍କ ରନ୍ସନ୍ଙ୍କ ଅପ୍ଟାଉନ୍ ଫଙ୍କ ଗୀତରେ ବାପା-ଝିଅ ପପ୍ ଡ୍ୟାନ୍ସ କରଥିଲେ । ଯାହାର ଭିଡିଓ ସେଠାରେ ଉପସ୍ଥିତ ଥିବା ଜଣେ ଦର୍ଶକ ଉତ୍ତୋଳନ କରିଥିଲେ । ଏହି ଭିଡିଓକୁ ଗୀତାନା ସିଂହ ନାମକ ଜଣେ ଇନ୍ଷ୍ଟାଗ୍ରାମ ବ୍ୟବହାରକାରୀ ତାଙ୍କର ପେଜ୍ରେ ସେୟାର କରିଥିଲେ । ଯାହାକୁ ଦେଖି ୟୁଜର୍ ଭାବୁକ ହୋଇଯାଇଥିଲେ । ବାପ-ଝିଅଙ୍କ ଭିତରେ ଥିବା ପ୍ରେମ, ଭଲପାଇବାକୁ ହୃଦୟଙ୍ଗମ କରିବା ସହିତ ହାର୍ଟ ଇମୋଜି ଦେଇ ସେମାନଙ୍କ ଭାବ ପ୍ରକାଶ କରିଥିଲେ ।
ତେବେ ପାର୍ଟିରେ ଝିଅଟି ବାଇଗଣୀ ରଙ୍ଗର ଏକ ଲେହେଙ୍ଗା ପିନ୍ଧିଥିବା ବେଳେ ବାପା ପାଉଁଶିଆ ରଙ୍ଗର ବ୍ଲେଜର୍ ପିନ୍ଧିଥିବା ନଜର ଆସିଛନ୍ତି । ସେମାନେ ଗୀତର ତାଳେ ତାଳେ ପପ୍ ଡ୍ୟାନ୍ସ କରୁଛନ୍ତି । ସେମାନଙ୍କର ପ୍ରତ୍ୟେକଟି ଷ୍ଟେପ୍ ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଛି । କିଛି ଇଣ୍ଟରନେଟ୍ ବ୍ୟବହାରକାରୀ ବିୟୁଟିଫୁଲ୍ ଲେଖିଥିବା ବେଳେ ଆଉ କିଛି ଜବରଦସ୍ତ ଲେଖିଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୨୬ ହାଜରରୁ ଆଧିକ ଲାଇକ୍ ମିଳିଥିବା ବେଳେ ଏହାକୁ ୫ ଲକ୍ଷ ୬୩ ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି ।