ଅନୁଗୋଳ ସହକାରୀ ବନ ସଂରକ୍ଷକ ACF ଙ୍କୁ ଦୁର୍ବ୍ୟବହାର ଅଭିଯୋଗ
9/05/2018 at 6:29 AM

ବନ ସଂରକ୍ଷକଙ୍କ ଅଫିସରେ ପଶି ୨ଜଣ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସହକାରୀ ବନ ଅଧକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ଚାନ୍ଦା ମାଗିଥିଲେ । ACF ବାସୁଦେବ ନାୟକ ପ୍ରତିବାଦ କରିବାରୁ ତାଙ୍କୁ ଠେଲାପେଲା କରିବା ସହ ଚଷମା ଭାଙ୍ଗି ଦେଇଥିଲେ । ଏଥି ସହ ଅଫିସର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏନେଇ ବନ କର୍ମଚାରୀଙ୍କ ସହ ACF ଅନୁଗୁଳ ଥାନାରେ ଏତଲା ଦେଇଛନ୍ତି । ଏଥିସହ ଅତିରିକ୍ତ ଏସ୍ ପିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି । ଦୁର୍ବ୍ୟବହାର କରିଥିବା ସମ୍ପୃକ୍ତ ଦୁଇ ଜଣ ବ୍ୟକ୍ତି ହେଲେ ପୁରୁଣାଗଡର ପ୍ରସନ୍ନ ଓ ଜିତେନ୍ଦ୍ର ସାମଲ ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023