ଅନୁଗୁଳରେ ନବଜାତକ ଶିଶୁ ଚୋରି ଅଭିଯୋଗ
1/05/2018 at 9:18 PM

ଅନଗୁଳ ଥାନାରେ ପିଲାଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି ଦିଲ୍ଲୀପ ବେହେରା। ଦିଲ୍ଲୀପ ଜରପଡା ଥାନା ଅନ୍ତର୍ଗତ ବଡହିଂସର ଗ୍ରାମର। ଦିଲ୍ଲୀପର ସ୍ତ୍ରୀ ପ୍ରଭାସିନୀ ବେହେରା ଗତ କାଲି ଅନଗୁଳ ମେଡିକାଲ କୁ ଆସି ଡାକ୍ତର ଗୌରୀଶଙ୍କର ବଳ ଙ୍କ ବାସ ଭବନରେ ପ୍ରସବ ପାଇଁ ଦେଖାଇ ଥିଲେ। ଡାକ୍ତର ବଳ ପ୍ରସବ ପାଇଁ ଏକ ଇଂଜେକସନ ଦେଇଥିଲେ। ପରେ ସେ ବାହାରେ ଏକ ଗଛ ମୂଳେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ସେ ବେହୋସ ଥିଲେ। ଡାକ୍ତର ବଳ ଙ୍କ ସୁଇପର ପିଲାକୁ ସଫାସୁତୁରା କରୁଥିଲା। କିନ୍ତୁ ପରେ ପିଲା କୁଆଡେ ଗଲା ସେ ଜାଣି ନଥିଲା। ପରେ ପ୍ରଭାସିନୀ ନିରାଶ ହୋଇ ଘରକୁ ଫେରିଥିଲା। ଆଜି ଦିଲ୍ଲୀପ ଅନଗୁଳ ଥାନାକୁ ଆସି ଏ ସମ୍ପର୍କରେ ଥାନାରେ ଅଭିଯୋଗ ଆଣିଛି। ତେବେ ଘଟଣା ସମ୍ପକରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି।
Related Posts
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023
ସରିଲା କଟକ ଐତିହାସିକ ବାଲିଯାତ୍ରା, ୯ଦିନର ଯାତ୍ରାରେ ହୋଇଛି ଭଲ ବ୍ୟବସାୟ
6 December 2023