ଅନୁଗୁଳରୁ ଗୋରୁ ଚାଲାଣ ଗାଡି ଜବତ, ୧୦୦ରୁ ଅଧିକ ଉଦ୍ଧାର
10/05/2018 at 5:18 AM

ବେଆଇନ ଗୋରୁ ଚାଲାଣ ବେଳେ ୭ଟି ଗାଡିକୁ ଅଟକ ରଖିଲେ ବଡକେରା ମହିଧରପୁର ବାସିନ୍ଦା । ଆଜି ସକାଳେ ବଡକେରା ମହିଧରପୁର ରାସ୍ତା ଦେଇ ଗୋରୁ ବୋଝେଇ ଗାଡି ଯାଉଥିବା ଖବର ପାଇଥିଲେ ସ୍ଥାନୀୟ ଗ୍ରାମବାସୀ । ଗାଡିକୁ ଅଟକାଇ ବନ୍ତଳା ପୋଲିସକୁ ଖବର ଦେଇଥିଲେ । ବନ୍ତଳା ପୋଲିସ ଗାଡି ଗୁଡିକୁ ଜବତ କରି ଗୋରୁ ଉଦ୍ଧାର କରିଛନ୍ତି । ଗାଡି ଡ୍ରାଇଭର ଏବଂ ଗୋରୁ ବେପାରୀଙ୍କୁ ଅଟକ ରଖିଛି ପୋଲିସ । ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ପୋଲିସ ତଦନ୍ତରୁ ଜଣାପ଼ିଛି । ବନ୍ତଳା ପୋଲିସ ଘଟଣା ର ତଦନ୍ତ ଚଳାଇଛି । ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023