oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଅଣନିଶ୍ୱାସୀ ହେଲେଣି ସହରବାସୀ, ପ୍ରମୁଖ ଛକରେ ଲାଗୁଛି ଉଠା ଦୋକାନୀ ଓ ଠେଲା ବେପାରୀଙ୍କ ଭିଡ଼

27/10/2021 at 1:23 PM

ଭଦ୍ରକ ୨୭।୧୦: ଦିନକୁ ଦିନ ବଢୁଛି ଉଠାଦୋକାନୀ ସଂଖ୍ୟା । ସକାଳୁ ରାତି ଯାଏଁ ରାସ୍ତା ଉପରେ ଠେଲା ଗାଡ଼ିରେ ବେପାର ଚାଲୁଛି । କିନ୍ତୁ ଏବେ ବେପାରୀମାନେ ଜନସାଧାରଣଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି । ଟ୍ରାଫିକ୍‌ ଜାମ୍‌ ପରି ସମସ୍ୟା ସହ ବହୁ ଅସୁବିଧା ସୃଷ୍ଟି ହେଉଛି । ସେମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରଶାସନ ଯଦି ଉଦ୍ୟମ ଆରମ୍ଭ କରୁଛି । ତେବେ ବେପାରୀ ମାନେ ପ୍ରତିବାଦ କରୁଛନ୍ତି ।

ଭଦ୍ରକ ସହରକୁ ଭିନ୍ନ ଭିନ୍ନ ବ୍ଲକରୁ ଲୋକେ ଆସିଥାନ୍ତି । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରୁ ଆରମ୍ଭ କରି କୋର୍ଟ ପୋଲିସ ଓ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ । ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳେ । କିନ୍ତୁ ରାସ୍ତାକଡ଼ରେ ମାଳ ମାଳ ଉଠା ଦୋକାନମୀ ଓ ଟ୍ରଲି ବେପାରୀଙ୍କ ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଦିନକୁ ଦିନ ଏମାନଙ୍କ ସଂଖ୍ୟା ବଢୁଥିବା ବେଳେ ସହରରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟୟ ହେଲାଣି । ରାସ୍ତା ଉପରେ ଦୋକାନ ଥିବାରୁ ଲୋକେ ଯିବା ଆସିବାରେ ବହୁ ସମସ୍ୟା ଭୋଗୁଛନ୍ତି । ଏବେ ପ୍ରଶାସନ ତରଫରୁ ବେପାରୀଙ୍କୁ ରାସ୍ତା କଡ଼ରେ ଦୋକାନ ନଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ନିୟମ ନମାନନ୍ତି, ତେବେ ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ଦୋକାନୀ ମାନେ ଏବେ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି ।

ପ୍ରଶାସନ ତରଫରୁ ରାସ୍ତାରୁ ଟ୍ରଲି ଓ ଉଠାଦୋକାନୀଙ୍କୁ ଉଠାଇବା ପାଇଁ ଘୋଷଣା ପରେ ସମସ୍ତେ ନିଜ ନିଜ ଠେଲା ଦୋକାନ ନେଇ ପୌରପାଳିକା କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଠେଲା ଗାଡି ନେଇ ପୌରପାଳିକା ଭିତରେ ପ୍ରବେଶ କରି ଭିଡ଼ ଜମାଇଥିଲେ । ତେବେ କିଛି ସମୟ ପରେ ପୌର ନିର୍ବାହୀ ଅଧିକାରୀଙ୍କ ସହ ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ଏହାପରେ ପୌରପାଳିକା ପକ୍ଷରୁ ୧୫ ଦିନିଆ ମହଲତ ଦିଆଯାଇଛି । ୧୫ ଦିନ ଭିତରେ ବନ୍ତ ଛାକୁ ଡିଆର୍‌ଡିଆ ରୋଡ଼ ଓ ବାଇପାସ ଚାନ୍ଦବାଲି ରୋଡ଼ରେ ଦୋକାନ ଖୋଲିବା ପାଇଁ ପରାମର୍ଶ ଦିଆଯାଇଛି । କିନ୍ତୁ ନିୟମ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ପୌରପାଳିକା ନିଷ୍ପତ୍ତି ନେଇଛି । ସେପେଟ ଏହି ଦୋକାନୀ ଙ୍କ ପାଇଁ ପ୍ରଶାସନ ବିକଳ୍ପ ସ୍ଥାନ ମଧ୍ୟ ନିର୍ଦ୍ଧାରଣ କରିଛି । କିନ୍ତୁ ଏମାନେ ନଛୋଡ ବନ୍ଧା । ସହରକୁ ଆସୁଥିବା ଲୋକଙ୍କ ଅସୁବିଧା ପାଇଁ ପ୍ରଶାସନର ଏହି ଉଦ୍ୟମକୁ ସମସ୍ତେ ସହଯୋଗ କରିବେ ବୋଲି ଆଶା ।

   Related Posts