suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଘଟଣକୁ ୪୮ ଘଣ୍ଟା ବିତିଲାଣି, ଏଯାଏଁ ଉଦ୍ଧାର କାର୍ଯ୍ୟର ବାଟ ପାଉନାହିଁ ପ୍ରଶାସନ

2/06/2018 at 11:09 PM

୩ ଦିନ ହେଲା ଦୁଇ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ଉପରେ ବଡ଼ ବଡ଼ ପଥର ଖଣ୍ଡ ଧସି ପଡ଼ିଛି, ୩ ଦିନ ହେଲା ଜେସିବି ସହ ସେମାନେ ପୋତି ହୋଇ ଅଛନ୍ତି । କିନ୍ତୁ ଏଯାଏଁ ଉଦ୍ଧାର ହୋଇ ପାରିଲେନି । କ୍ରେନ୍ ମିଳୁ ନଥିବା ବେଳେ ହାତ ଟେକି ଦେଲେଣି ଏନଡିଆରଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗ । ସେପଟେ ତାଳଚେର ସମଲ ବ୍ୟାରେଜ୍ ଡଙ୍ଗା ବୁଡ଼ି ଘଟଣାରେ ୪୦ ଘଣ୍ଟା ପରେ ମିଳିଛି ଦୁଇ ଅର୍ବିଟେଲ୍ କମ୍ପାନି କର୍ମଚାରୀଙ୍କ ମୃତଦେହ ।

ଅଘଟଣକୁ ୪୮ ଘଣ୍ଟା ବିତିଲାଣି । ଏଭଳି ସ୍ଥିତିରେ ଫସି ରହିଥିବା ଦୁଇ ଶ୍ରମିକଙ୍କ ବଞ୍ଚିବା ଆଶା କ୍ଷୀଣ ହୋଇଥିବା ବେଳେ ବିସ୍ଫୋରଣ ଘଟାଇ ଉଦ୍ଧାର କାମ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଚିନ୍ତା କରୁଛି । କିନ୍ତୁ ଫସି ରହିଥିବା ଦୁଇ ଯୁବକଙ୍କ ସମ୍ପର୍କୀୟ ଅମଙ୍ଗ ହେଉଛନ୍ତି । ସେପଟେ ଏନଡିଆରଏଫ୍ ମଧ୍ୟ କହୁଛି, ବିସ୍ଫୋରଣ କରିବା ସେମାନଙ୍କ କାମ ନୁହେଁ ।
କୋରାପୁଟ ଏସପିଙ୍କ ସମେତ ଅତିରିକ୍ତ ଏସପି ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଆଜି ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଥିବା ଲୋକଙ୍କ ସହ ଆଲୋଚନା କରିଥିଲେ । ସେପଟେ ଦୁଇ ଜେସିବି ଅପରେଟର୍ ସଞ୍ଜୟ ଏବଂ ଘନଶ୍ୟାମଙ୍କ ସମ୍ପର୍କୀୟମାନେ ମଧ୍ୟ ଆସିଥିଲେ । ଉଦ୍ଧାର କାମ ବିଳମ୍ବ ହେଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ପଥର ଉତ୍ତୋଳନ କରୁଥିବା ଡିଡି ବିଲ୍ଡର ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବିରେ ସେମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।
ରାଣୀଗଡ଼ ଗୁମ୍ଫା ପଥର କ୍ୱେରୀ ଅଘଟଣକୁ ୩ ଦିନ ବିତିଥିବା ବେଳେ ଉଦ୍ଧାର କାମ ହୋଇପାରିନି । ସେପଟେ ସମଲ ବ୍ୟାରେଜରେ ବୁଡ଼ି ଯାଇ ପ୍ରାଣ ହରାଇଥିବା ଅର୍ବିଟେଲ୍ କମ୍ପାନିର ଦୁଇ ଇଞ୍ଜିନିୟର୍ ରମେଶ ଶତପଥୀ ଏବଂ ଅଶୋକ ଆଏଚଙ୍କ ମୃତଦେହ ୪୦ ଘଣ୍ଟା ପରେ ମିଳିଛି । ଜିନ୍ଦଲ କମ୍ପାନିର ବୋରିଂ ପାଇଁ ସର୍ଭେ କରୁଥିବା ବେଳେ ପହରଦିନ ଏମାନେ ବୁଡ଼ି ଯାଇଥିଲେ । ଏମାନଙ୍କ ସହ ଥିବା ଅନ୍ୟ ୩ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।

Leave a Reply

   Related Posts