ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ
29/09/2018 at 3:56 AM

ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ । ନିର୍ବାଚନ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଅକ୍ଟୋବର ୧ରେ ନିର୍ବାଚନ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ୩ ତାରିଖ ସକାଳ ୯ଟା ରୁ ୧୨ ଟା ମଧ୍ୟରେ ହେବ ନାମାଙ୍କନ ଦାଖଲ । ସେହିଦିନ ୨ ଟାରୁ ୪ ଟା ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ୍ କରାଯିବ । ୪ ତାରିଖ ଦିନ ୧୧ ଟା ସୁଦ୍ଧା ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା । ସେହିଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ୧୦ ତାରିଖରେ ହେବ ହ୍ବାଇ ଆଇ ଷ୍ଟାଣ୍ଡ ଫର ମିଟଂ । ୧୧ରେ ଭୋଟିଂ କରାଯିବା ସହ ସେହି ଦିନ ପ୍ରକାଶ ପାଇବ ଫଳାଫଳ । ୧୨ରେ ନିର୍ବାଚିତ ପ୍ରତିନିଧି ଶପଥଗ୍ରହଣ କରିବେ ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023