ଜିମ୍‌ ଟ୍ରେନରଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ ନେତାଙ୍କ ପତ୍ନୀ ! ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳି କଲେ ସୁପାରୀ କିଲର

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ ୧୯/୦୯: ବିହାରରେ ଜଣେ ୨୬ ବର୍ଷୀୟ ଜିମ୍‌ ଟ୍ରେନରକୁ ଶନିବାର ରାତିରେ ହୋଇଥିବା ଫାୟାରିଂ ଘଟଣାରେ ଜେଡିୟୁ ନେତା ଏବଂ ତାଙ୍କ ପତ୍ନୀଙ୍କୁ ପୋଲିସ ଅଟକ ରଖିଛି। ଜିମ୍‌ ଟ୍ରେନ୍‌ରଙ୍କ ନାଁ ବିକ୍ରମ ସିଂହ ବୋଲି ଜଣାପଡ଼ିଛି। ପାଟନା ବଜାରରେ ଜିମ୍‌ ପାଇଁ ଯାଉଥିବା ବେଳେ ତାଙ୍କୁ ଦୁର୍ବୃତ୍ତ ଗୁଳି କରିଦେଇଥିଲେ। ଗୁଳି ବାଜିବା ପରେ ମଧ୍ୟ ବିକ୍ରମ ଅଢ଼େଇ କିମି ପର୍ଯ୍ୟନ୍ତ ବାଇକ୍‌ରେ ଯାଇଥିଲେ। ଦୁର୍ବୃତ୍ତ ତାଙ୍କୁ ୫ ରାଉଣ୍ଡ ଗୁଳି କରିଥିଲେ। ସେ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ସେଠାରେ ତାଙ୍କର ଅପରେସନ୍‌ ହୋଇଥିଲା।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ମୁତାବିକ, ହୋସ୍‌ ଆସିବା ପ​‌ରେ ବିକ୍ରମ ପୋଲିସକୁ ବୟାନ ଦେଇଥିଲେ। ତାଙ୍କ ଉପରେ ଆକ୍ରମଣ ପାଇଁ ଜେଡିୟୁ ନେତା  ରାଜୀବ କୁମାର ସିଂହ ଏବଂ ତାଙ୍କ ପତ୍ନୀ ଖୁସବୁ ଦାୟୀ ବୋଲି ସେ ପୋଲିସକୁ କହିଥିଲେ। ପରେ ପୋଲିସ ରାଜୀବ ଏବଂ ଖୁସବୁଙ୍କୁ ଅଟକ ରଖିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ବିକ୍ରମଙ୍କ ଉପରେ ୫ ଜଣ ଦୁର୍ବୃତ୍ତ ଗୁଳି କରିଛନ୍ତି। ରାଜୀବଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ତାଙ୍କୁ ଦଳ ପଦରୁ ହଟାଇଦେଇଛି।

ବିକ୍ରମଙ୍କୁ ଗୁଳି କରିବା ପାଇଁ କଣ୍ଟ୍ରାକ୍ଟ କିଲରଙ୍କୁ ସୁପାରୀ ଦିଆଯାଇଥିଲା। ଏହା ପଛରେ ରାଜୀବ ଏବଂ ଖୁସବୁ ମାଷ୍ଟରମାଇଣ୍ଡ ବୋଲି ମଧ୍ୟ ପୋଲିସ ଜାଣିବାକୁ ପାଇଛି। ବିକ୍ରମ ଏବଂ ଖୁସବୁ ଚଳିତବର୍ଷ ଜାନୁଆରୀରେ ପରଷ୍ପର ସହ ପରିଚିତ ହୋଇଥିଲା। ସେବେଠୁ ଉଭୟଙ୍କ ମଧ୍ୟରେ ୧୧୦୦ ଥର ଫୋନ୍‌ କଲ ହୋଇଛି।

ଖୁସବୁଙ୍କ ସହ ବିକ୍ରମର ଅବୈଧ ସମ୍ପର୍କ ଥିବା ସନ୍ଦେହରେ ରାଜୀବ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଏପ୍ରିଲ୍‌​‌ରେ ସେ ବିକ୍ରମକୁ ଧମକ ମଧ୍ୟ ଦେଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.