କରୋନା ଭ୍ୟାକସିନ୍ ତିଆରି କରୁଥିବା ଭାରତୀୟ କମ୍ପାନୀ Zydus ଆରମ୍ଭ କରିଛି ମାନବ ପରୀକ୍ଷଣ

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ ୧୫/୦୭ : ଭାରତୀୟ ଔଷଧ କମ୍ପାନୀ Zydus Cadilla ବୁଧବାର ଦିନ କହିଛି ଯେ କାରଣ ଭ୍ୟାକସିନ ପାଇଁ ମାନବ ପରୀକ୍ଷଣ ଆରମ୍ଭ କରିଛି | କମ୍ପାନୀ କହିଛି ଯେ ZYCoV-D, ପ୍ଳାସମିଡ୍ ଡିଏନଏ ଭ୍ୟାକସିନକୁ ପ୍ରି-କ୍ଲିନିକାଲ୍ ଟକ୍ସିସିଟି ଅଧ୍ୟୟନରୁ ସୁରକ୍ଷିତ ବୋଲି ଜଣାପଡିଛି | ଏହା ପୂର୍ବରୁ ଏହି ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲରେ ପ୍ରତିରକ୍ଷା ଓ ଇମ୍ୟୁନିଟି ପରୀକ୍ଷାର ପରିଣାମ ସାମ୍ନାକୁ ଆସିଥିଲା | ଆମେରିକୀୟ ଔଷଧ କମ୍ପାନୀ Moderna କାରଣ ଭାଇରସ ଭ୍ୟାକସିନ ପ୍ରଥମ ମାନବ ପରୀକ୍ଷଣରେ ସଫଳ ହୋଇଛି | ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ୍ ଅଫ୍ ମେଡ଼ିସିନରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି ଯେ ୪୫ ଜଣ ସୁସ୍ଥ ଲୋକଙ୍କ ଉପରେ ଏହି ଭ୍ୟାକସିନର ପ୍ରଥମ ପରୀକ୍ଷଣ ପରିଣାମ ଭଲ ରହିଛି | ଏହି ଭ୍ୟାକସିନ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ କରୋନା ବିରୋଧରେ ଲଢ଼ିବାକୁ ଆଣ୍ଟିବଡି ବିକଶିତ କରିଛି | Moderna ଭ୍ୟାକସିନର ଆଉ ଏକ ଭଲ କଥା ହେଲା ଏହାର କୌଣସି ଖାସ୍ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ଯାହାଫଳରେ ଭ୍ୟାକସିନ୍ ପରୀକ୍ଷଣ ରୋକାଯିବ |

Zydus ଚଳିତ ମାସ ଆରମ୍ଭରେ ଘୋଷଣା କରିଥିଲା ଯେ ପ୍ଳାସମିଡ଼ ଡିଏନଏ ଭ୍ୟାକସିନ୍ ପ୍ରାର୍ଥୀଙ୍କୁ ଅହମଦାବାଦର ଭ୍ୟାକସିନ୍ ଟେକ୍ନୋଲୋଜି ସେଣ୍ଟରରେ ପ୍ରିକ୍ଲିନିକାଲ ଷ୍ଟେଜକୁ ସଫଳାତାପୂର୍ବକ ପୁରା କରିବା ପରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) Zydus Cadilla କୁ ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି | 

{"id":300716,"sizeSlug":"large"}

ଅନେକ ଭାରତୀୟ କମ୍ପାନୀ କରୋନା ଔଷଧ ତିଆରି କରିବାରେ ପ୍ରୟାସ ଜାରି ରଖିଛି | ମଙ୍ଗଳବାର ଦିନ ବାୟୋଫୋର୍ ଇଣ୍ଡିଆ ଫାର୍ମାସ୍ୟୁଟିକାଲ୍ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ କୋଭିଡ୍-୧୯ ଔଷଧ Favipiravir ତିଆରି ପାଇଁ ଲାଇସେନ୍ସ ପ୍ରାପ୍ତ କରିଛି | ଏହି ଔଷଧ କୋଭିଡ୍-୧୯ ସାମାନ୍ୟରୁ ମଧ୍ୟ ମାମଲାରେ ବ୍ୟବହାର କରାଯାଉଛି | (DCGI) ତରଫରୁ ଭାରତରେ ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ ସାମଗ୍ରୀ ଉତ୍ପାଦନ ଏବଂ ଏହାର ରପ୍ତାନି ମଧ୍ୟ ମଞ୍ଜୁରୀ ଦେଇଛନ୍ତି |

Biophore India କହିଛି ଯେ, ତୁର୍କୀରେ ଜଣେ ସ୍ଥାନୀୟ ସାଥିଙ୍କ ସାହାଯ୍ୟରେ ଏପିଆଇ (API) ରପ୍ତାନି ପାଇଁ ମଞ୍ଜୁରୀ ମିଳିଛି ଏବଂ କମ୍ପାନୀ ଭାରତରେ ଉତ୍ପାଦନ ବ୍ୟବସାୟୀକରଣ ପାଇଁ ଅନେକ ଭାରତୀୟ ଭାଗିଦାରଙ୍କ ସହ କଥାବାର୍ତ୍ତା କରୁଛି | ଏହାର ରପ୍ତାନି ପାଇଁ ବାଙ୍ଗଲାଦେଶ ଓ ମିଶର କମ୍ପାନୀ ସହିତ ମଧ୍ୟ କଥାବାର୍ତ୍ତା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.