ଭାରତର ଫାର୍ମା କମ୍ପାନୀ Zydus Cadila ଶସ୍ତା ଦାମ୍ ରେ ଲଞ୍ଚ କଲା କରୋନା ଔଷଧ, ୧୦୦ mg ୨୮୦୦ ଟଙ୍କା

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩/୦୮ : ଫାର୍ମା କମ୍ପାନୀ ଜିଡସ୍ କାଡିଲା Zydus Cadila ଗିଲିୟାଡ ସାଇନ୍ସ  ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିରର ସବୁଠାରୁ ଶସ୍ତା ଜେନେରିକ ସଂକ୍ରମଣ ଲଞ୍ଚ କରିଛି | ନ୍ୟୁଜ ଏଜେନ୍ସି ରାଇଟର୍ସ ଅନୁଯାୟୀ, Zydus ୧୦୦ mg ଔଷଧର ମୂଲ୍ୟ ୨ ହଜାର ୮୦୦ ଟଙ୍କା ଧାର୍ଯ୍ୟ କରିଛି | ଦୁନିଆର ଅନେକ ଦେଶର ହସ୍ପିଟାଲରେ କ୍ଲିନିକାଲ ଟ୍ରାଏଲ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା ଯେ ରେମଡେସିଭିର କରୋନା ଲକ୍ଷଣର ଅବଧିକୁ ୧୫ ଦିନରୁ ୧୧ ଦିନ ହ୍ରାସ କରିପାରେ | ସେଥିପାଇଁ ରେମଡେସିଭିରର ଚାହିଦା ବଢିଯାଇଛି | ତେବେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ଏହା କୌଣସି ପ୍ରଭାବୀ ଉପଚାର ନୁହେଁ | କିନ୍ତୁ କରୋନାର କୌଣସି ଔଷଧ ବାହାରିନଥିବାରୁ ଡାକ୍ତର କରୋନା ରୋଗୀଙ୍କୁ ଏହି ଔଷଧ ଦେଉଛନ୍ତି | ସେଥିପାଇଁ ଦିଲ୍ଲୀ ଓ ଭାରତର ଅନ୍ୟାନ୍ୟ ସହରରେ ଏହି ଔଷଧରେ ଚାହିଦା ବଢିଯାଇଛି | 

ରେମଡେସିଭିରକୁ ଆମେରିକାର କମ୍ପାନୀ ତିଆରି କରିଛି | ଆମେରିକାରେ ସ୍ଥିତ ଗିଲିୟାଡ ସାଇନ୍ସେଜ ଇବୋଲା ଚିକିତ୍ସା ପାଇଁ ଏହି ଔଷଧ ତିଆରି କରିଥିଲା | ଏବେ ଏହାକୁ ଭାରତର ସିପଲା, ​​ହେଟେରୋ ଡ୍ରଗ୍ସ, ଜୁବିଲିଏଣ୍ଟ ଲାଇଫ ଓ ମାଇଲାନକୁ ଭାରତରେ ଏହି ଔଷଧ ତିଆରି କରିବାକୁ ଅନୁମତି ମିଳିଛି | 

ଫାର୍ମା କମ୍ପାନୀ ଜିଡସ୍ କାଡିଲା ସମ୍ଭାବିତ କୋଭିଡ-୧୯ ଭ୍ୟାକସିନ ZyCoV-D ର ମାନବ ପରୀକ୍ଷଣ ଆରମ୍ଭ କରିଛି | କମ୍ପାନୀ ଏକ ସୂଚନାରେ କହିଛି ଯେ ପ୍ରଥମ ପର୍ଯ୍ୟାୟରେ ଦେଶର ବିଭିନ୍ନ ଭାଗରେ ହଜାରେ ଲୋକଙ୍କୁ ଏଥିପାଇଁ ଏନରୋଲ କରାଯାଇଛି | କମ୍ପାନୀ କହିଛି ଯେ ZyCoV-D ର ଆଡାପ୍ଟିଭ୍ ଫେଜ I/II ମାନବ ପରୀକ୍ଷଣ ମାନବ ଉପରେ ପ୍ରଥମ ଡୋଜ ସହ ଆରମ୍ଭ ହୋଇଛି | ଏହି ମଲ୍ଟି ଷ୍ଟଡିରେ ଭ୍ୟାକସିନର ସେଫଟି, ସହନଶୀଳତା ଓ ପ୍ରତିରୋଧ କ୍ଷମତା ସମ୍ପର୍କରେ ଆକଳନ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.