Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଦେଶର ୧୩୦ କୋଟି ଜନତାଙ୍କୁ କରୋନା ଭ୍ୟାକସିନ୍ ଦେବାକୁ ଖର୍ଚ୍ଚ ହେବ ୫ ହଜାର କୋଟି

22/09/2020 at 2:29 PM

ନୂଆଦିଲ୍ଲୀ ୨୨/୦୯ : ଫାର୍ମା କମ୍ପାନୀ ଜିଡସ୍ କାଡିଲାଙ୍କ Zydus Cadila ଅଧ୍ୟକ୍ଷ ପଙ୍କଜ ଆର ପଟେଲ କହିଛନ୍ତି ଯେ ସାରା ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟକୁ କାରଣ ଟୀକା ପହଞ୍ଚାଇବା ପାଇଁ ଯେଉଁ ସୁବିଧା ଦରକାର ସେଥିପାଇଁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଭାରତରେ କରୋନା ଟୀକା ଉତ୍ପାଦନ ପାଇଁ ଅତିରିକ୍ତ ସୁବିଧା ଆବଶ୍ୟକ ପଡିବ । କରୋନା ମହାମାରୀର ଏକମାତ୍ର ଉପାୟ ଟୀକା ନୁହେଁ । ଆମକୁ ଉପଚାର ପାଇଁ ଅନ୍ୟ ଉପାୟ ମଧ୍ୟ ଖୋଜିବା ଦରକାର ବୋଲି ସେ କହିଛନ୍ତି । କରୋନା ଟୀକା ଏକ ମୁସକିଲ ପ୍ଲାଟଫର୍ମ ଭଳି ପ୍ରତୀତ ହେଉଛି, ସେଥିପାଇଁ ଟୀକା ତିଆରି ପାଇଁ ବହୁତ ଖର୍ଚ୍ଚ ହେବ ବୋଲି କହିଛନ୍ତି ପଙ୍କଜ ପଟେଲ ।

ନ୍ୟୁଜ ଏଜେନ୍ସି ପିଟିଆଇକୁ ପଙ୍କଜ ପଟେଲ କହିଛନ୍ତି ଯେ, ‘କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ଟୀକା ଏକମାତ୍ର ସମାଧାନ ନୁହେଁ । ଆମକୁ ଟୀକା ବି ଦରକାର ଓ ଚିକିତ୍ସା ପ୍ରୋଟୋକଲ ହିସାବରେ କିଛି ନୂଆ ସୁଧାର ମଧ୍ୟ ଆଣିବା ଦରକାର । ସାରା ଦୁନିଆରେ ଯେଉଁଭଳି ଭାବେ କରୋନା ଟୀକା ପରୀକ୍ଷଣ କରାଯାଉଛି ସେ ହିସାବରେ ଶତ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନାରୁ ବଞ୍ଚିବା ପାଇଁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେବାର ଆଶଙ୍କା ନାହିଁ ।’

ପଙ୍କଜ ପଟେଲ କହିଛନ୍ତି, ଯଦି ଭାରତକୁ ୧୩୦ କୋଟି ଜନତାଙ୍କ ପାଇଁ କରୋନା ଟୀକା ପ୍ରସ୍ତୁତ କରିବାକୁ ଉତ୍ପାଦନ କ୍ଷମତା ବଢାଇବାକୁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଟୀକା ପ୍ରସ୍ତୁତ ପ୍ରକ୍ରିୟା ବହୁତ ଜଟିଳ ବୋଲି ସେ କହିଛନ୍ତି । କରୋନା ଟୀକାକୁ ନେଇ ହୋଇଥିବା ଏକ ଚର୍ଚ୍ଚାରେ ପଟେଲ କହିଛନ୍ତି ଯେ, ଆମକୁ ଏ ବିଷୟରେ ବିଚାର କରିବାକୁ ହେବ ଯେ ଟୀକା ତିଆରି ପାଇଁ କ୍ଷମତା ଜୁଟାଇବାକୁ ଧନ କେଉଁଠାରୁ ଆସିବ ?

   Related Posts