ଭିରାଫିନ୍‌ ମେଡିସିନ୍‌କୁ ମିଳିଲା ମଞ୍ଜୁରୀ, ଭାରତରେ ବ୍ୟବହାର ପାଇଁ ଅନୁମତି ଦେଲେ DCGI

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ ୨୩/୦୪ : କୋଭିସିଲଡ୍‌, କୋଭାକ୍ସିନ୍‌ ଏବଂ ସ୍ପୁଟନିକ୍‌-ଭି ପରେ ଏବେ କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଡ୍‌ ମେଡିସିନ୍‌ ଭିରାଫିନ୍‌କୁ ଅନୁମତି ମିଳିଛି । ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ଜାଇଡୁସ୍‌ କାଡିଲାର ମେଡିସିନ୍‌ ଭିରାଫିନ୍‌କୁ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ।

ଜାଏଡସ୍‌ କାଡିଲାର ମେଡିସିନ୍‌ ଭିରାଫିନ୍‌ର ମାତ୍ର ଗୋଟିଏ ଡୋଜ୍‌ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ । ଭିରାଫିନ୍‌ ମେଡିସିନ୍‌ ମାନବ ଶରୀରରେ ପ୍ରାୟ ୯୧.୧୫ ପ୍ରତିଶତ କାମ କରୁଥିବା ବିଶେଷଜ୍ଞମାନେ କହିଥିଲେ । ଏହା ପରେ ଜାଏଡସ୍‌ କାଡିଲାର ମେଡିସିନ୍‌ ଭିରାଫିନ୍‌କୁ ଭାରତରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି ମଗାଯାଇଥିଲା । ଶୁକବ୍ରାର ଜାଏଡସ୍‌ କାଡିଲାର ମେଡିସିନ୍‌ ଭିରାଫିନ୍‌କୁ ଗ୍ରୀନ୍‌ ସିଗନାଲ ଦେଇଛନ୍ତି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) । ଏହି ମେଡିସନ୍‌ ମାତ୍ର ୭ ଦିନ ମଧ୍ୟରେ ସଂକ୍ରମିତଙ୍କୁ ସୁସ୍ଥ କରିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଭାରତରେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ନିର୍ମିତ କୋଭିସିଲ୍ଡ, ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍ ଏବଂ ଋଷ ନିର୍ମିତ ଭ୍ୟାକସିନ୍‌ ସ୍ପୁଟନିକ୍‌-ଭି ଭ୍ୟାକସିନକୁ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ଭାରତରେ କୋଭିସିଲଡ୍‌ ଏବଂ କୋଭାକ୍ସିନ୍‌ ଟିକାକରଣ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.