ୟୁଏସ୍‌ ଓପନ୍: ସିଗମଣ୍ଡ ଓ ଜ୍ବୋନାରେବା ଜିତିଲେ ଡବଲ୍ସ ଟାଇଟଲ୍‌

Published By : Prameya-News7 Bureau | September 12, 2020 IST

ନ୍ୟୁୟର୍କ ୧୨/୦୯: ଜର୍ମାନୀର ଲୋରା ସିଗମଣ୍ଡ ଓ ଋଷର ବେରା ଜ୍ବୋନାରେବା ୟୁଏସ୍ ଓପନ ଗ୍ରଣ୍ଡସ୍ଳାମର ମହିଳା ଡବଲ୍ସ ଟାଇଟଲ୍‌ ଜିଣିଛନ୍ତି । ଜର୍ମାନୀ-ଋଷ ଯୋଡ଼ି ଫାଇନାଲ୍‌​‌ରେ ଆମେରିକାର ନିକୋଲ୍‌ ମେଲିଚର ଓ ଚୀନର ୟିଫାନ୍‌ ଜୁଙ୍କୁ ହରାଇଛନ୍ତି।

wp:core-embed/twitter {"url":"https://twitter.com/usopen/status/1304537232548810758","type":"rich","providerNameSlug":"twitter","className":""}
https://twitter.com/usopen/status/1304537232548810758
/wp:core-embed/twitter

ଏହାପୂର୍ବରୁ ସିଗମଣ୍ଡ ଓ ଜ୍ବୋନାରେବା କୌଣସି ପ୍ରତିଯୋଗିତାରେ ଏକାସହିତ ଖେଳିନଥିଲେ। ଏହାସହ ଏହା ହେଉଛି ସିଗମଣ୍ଡଙ୍କ ପ୍ରଥମ ଗ୍ରାଣ୍ଡସ୍ଳାମ୍ ବିଜୟ। କିନ୍ତୁ ଜ୍ବୋନାରେବା ତୃତୀୟ ଥର ପାଇଁ ଗ୍ରାଣ୍ଡସ୍ଳାମ୍ ବିଜୟୀ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୦୬ ୟୁଏସ୍‌ ଓପନ୍‌ ଓ ୨୦୧୨ରେ ଅସ୍‌ଟ୍ରେଲିଆନ୍ ଓପନରେ ଡବଲ୍ସ ଟାଇଟଲ୍‌ ଜିଣିଥିଲେ।

ମ୍ୟାଚ୍ ପରେ ଜ୍ବୋନାରେବା କହିଛନ୍ତି, ‘ଦୁଇ ସପ୍ତାହ ପରେ ଜିତିବାର କିଛି ଅଲଗା ମଜା ରହିଛି। ମୁଁ ନିଶ୍ଚିତ ଭାବେ କହିପାରିବି ଏହା ଆଦୌ ବିରକ୍ତିକର ନଥିଲା।’ ଏହାସହ ସିଗମଣ୍ଡ ଓ ଜ୍ବୋନାରେବା ଫ୍ରାନ୍ସ ଓପନରେ ନଜର ଆସିପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.